
ଆବଶ୍ୟକ ସାମଗ୍ରୀ-
ଫୁଲକୋବି, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, କର୍ଣ୍ଣଫ୍ଲୋର, ବେସନ, ତେଲ, ଜିରା, କଂଚା ଲଙ୍କା, ପିଆଜ ଶଣ୍ଢା, ଅଦା, ରସୁଣ , ଭ୍ରୁସଙ୍ଗ ପତ୍ର, ପିଆଜ, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଟମାଟୋ ସସ, ଚିଲ୍ଲୀ ସସ, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଫୁଲକୋବିକୁ ବଡ ବଡ ଖଣ୍ଡ କରି କାଟି, ତାକୁ ହଳଦୀ ପାଣିରେ ପକାଇ ରଖିବେ । ତାପରେ ଆଉ ଏକ ପାତ୍ରରେ କର୍ଣ୍ଣଫ୍ଲୋର, ବେସନ, ଲୁଣ, ହଳଦୀ ପାଉଡର ନେଇ , ସେଥିରେ ଅଳ୍ପ ପାଣି ପକାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ହଳଦୀ ପାଣିରୁ ଫୁଲକୋବିକୁ ଛାଣି , ଏହି ମିଶ୍ରଣରେ ପକାଇ ଗୋଳାଇବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଫୁଲକୋବିକୁ ପକାଇ ଛାଣିବେ । ଏହା ଫ୍ରାଏ ହେବା ପରେ ଏକ ପ୍ଲେଟକୁ କାଢି ରଖିବେ । ପୁଣି ଗ୍ୟାସରେ ପ୍ୟାନ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, କଟା କଂଚା ଲଙ୍କା, କଟା ପିଆଜ ଶଣ୍ଢା, କଟା ଅଦା, କଟା ରସୁଣ , ଭ୍ରୁସଙ୍ଗ ପତ୍ର ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ । ପିଆଜ ହାଲକା ଫ୍ରାଏ ହୋଇ ଆସିଲେ, ସେଥିରେ ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ ପକାଇ ମିକ୍ସ କରିବେ । ତାପରେ ସେଥିରେ ଫ୍ରାଏ କରି ରଖିଥିବା ଫୁଲକୋବି, ଟମାଟୋ ସସ, ଚିଲ୍ଲୀ ସସ ପକାଇ ଭଲଭାବେ ଗୋଳାଇବେ । ତାପରେ ଗ୍ୟାସ୍ ବନ୍ଦ କରି ସେଥିରେ କିଛି କଟା ରସୁଣ, କଟା ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ଗାର୍ଲିକ୍ ଫୁଲକୋବି ମସଲା । ଏବେ ଏହାର ମଜା ନେଇ ପାରିବେ ।


