Thursday, November 12, 2026
Home ଆଞ୍ଚଳିକ ବିବାହ ବନ୍ଧନରେ ବାନ୍ଧି ହେଲେ, ପଞ୍ଜାବୀ ସିଙ୍ଗର ପରମିସ୍ ବର୍ମା

ବିବାହ ବନ୍ଧନରେ ବାନ୍ଧି ହେଲେ, ପଞ୍ଜାବୀ ସିଙ୍ଗର ପରମିସ୍ ବର୍ମା

27

ନୂଆଦିଲ୍ଲୀ, ୨୬/୧୦/୨୧ (ଜିଲ୍ଲା ଖବର) : ବିବାହ ବନ୍ଧନରେ ବାନ୍ଧି ହେଲେ, ପଞ୍ଜାବୀ ଇଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିର ଜଣାଶୁଣା ସିଙ୍ଗର  ପରମିସ୍ ବର୍ମା । ସେ ତାଙ୍କ ଗାର୍ଲଫ୍ରେଣ୍ଡ Geet Grewalଙ୍କୁ ନିଜର ଜୀବନ ସାଥି କରିଛନ୍ତି । ତାଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ତେବେ ୨୦ ଅକ୍ଟୋବରରେ କାନାଡାରେ ତାଙ୍କର ବିବାହ ଉସ୍ବବ ଅନୁଷ୍ଠିତ ହୋଇଥିଲା । ତାଙ୍କ ବିବାହରେ ପରିବାର ସଦସ୍ୟ ଏବଂ କିଛି ସମ୍ପର୍କୀୟ ସାମିଲ ହୋଇଥିଲେ । ଖବର ଅନୁଯାୟୀ, ଦୀର୍ଘ ସମୟ ଧରି ଦୁହେଁ ଦୁହିଁଙ୍କୁ ଡେଟ କରୁଥିଲେ । ଆଉ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ, ସାରା ଜୀବନ ପାଇଁ ଦୁହେଁ ଜୀବନ ସାଥି ହୋଇଛନ୍ତି । ଓ୍ବେଡିଙ୍ଗ୍ ଆଉଟଫିଟରେ ଦୁହେଁ ଖୁବ୍ ସୁନ୍ଦର  ଦେଖା ଯାଉଛନ୍ତି ।