Monday, November 16, 2026
Home ଆଞ୍ଚଳିକ ଦେଶରେ ଚିହ୍ନଟ ହେଲେ ୧୨,୪୨୮ କରୋନା ଆକ୍ରାନ୍ତ

ଦେଶରେ ଚିହ୍ନଟ ହେଲେ ୧୨,୪୨୮ କରୋନା ଆକ୍ରାନ୍ତ

9

ନୂଆଦିଲ୍ଲୀ,୨୬/୧୦/୨୧ (ଜିଲ୍ଲା ଖବର) : ୨୩୮ଦିନ ପରେ ଚିହ୍ନଟ ହେଲେ ସବୁଠୁ କମ କରୋନା ଆକ୍ରାନ୍ତ। ଦେଶରେ ଗତ  ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୨,୪୨୮ କରୋନା ଆକ୍ରାନ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଥିବାବେଳେ  ୩୫୬ ମୃତ୍ୟୁ ରେକର୍ଡ କରାଯାଇଛି।  

ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୨,୦୨,୨୦୩ରେ ପହଞ୍ଚିଛି।  ସେହିପରି ୩୫୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୫୫,୦୬୮ରେ ପହଞ୍ଚିଛି।