
ନୂଆଦିଲ୍ଲୀ,୨୬/୧୦/୨୧ (ଜିଲ୍ଲା ଖବର) :ଆଜି ଟେଲି ଦୁନିଆର ଲୋକପ୍ରିୟ ଅଭିନେତା Mohsin khanଙ୍କ ଜନ୍ମଦିନ । ଆଜି ୩୦ ବର୍ଷରେ ପାଦ ଥାପିଲେ Mohsin । ୨୬ ଅକ୍ଟୋବର ୧୯୯୧ରେ ଗୁଜୁରାଟର Nadiadରେ ସେ ଜନ୍ମଗ୍ରହଣ କରିଥିଲେ । ଟେଲି ଧାରାବାହିକ’ୟେ ରିସ୍ତା କ୍ୟା କହଲାତା ହେ’ ମାଧ୍ୟମରୁ ବେଶ ଲୋକପ୍ରିୟ ହୋଇଛନ୍ତି Mohsin ।
ମୁମ୍ବାଇର ଚିଲ୍ଡ୍ରେନ ଏକାଡେମୀରେ ସେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ସେ ମିଠିବାଇ କଲେଜ୍ ମୁମ୍ବାଇରେ ପଢିବା ପରେ, ବ୍ୟାଚଲର୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ରେ ଡିଗ୍ରୀ ପୁରା କରିଥିଲେ । ଧାରାବାହିକ ବ୍ୟତୀତ ସେ ବିଜ୍ଞାପନ ମଧ୍ୟ କରନ୍ତି ।
ଆରମ୍ଭରୁ ଅଭିନୟ ପ୍ରତି ରୁଚି ରଖିଥିବା Mohsin, କଲେଜ ସମୟରୁ ହିଁ ବିଜ୍ଞାପନରେ କାମ କରିବା ଆରମ୍ଭ କରି ଦେଇଥିଲେ । ୧୮ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଟିଭି ଆଡ୍ ସୁଟ କରିଥିଲେ । ତାପରେ ୨୦୧୪ରେ ସେ ତାଙ୍କର ଟେଲିଭିଜନ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଆଜି ତାଙ୍କ ଜନ୍ମଦିରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।


