Wednesday, October 14, 2026
Home ଅପରାଧ କାନ୍ଥ ପଡି ଚାଲିଗଲା ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନ

କାନ୍ଥ ପଡି ଚାଲିଗଲା ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନ

13

ବାଲେଶ୍ୱର,୨୬/୧୦/୨୧ (ଜିଲ୍ଲା ଖବର) : କାନ୍ଥ ପଡି ଚାଲିଗଲା ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ସୋର ଥାନା ରେଓଦା ଗ୍ରାମରେ ଅଘଟଣ। ଗ୍ରାମର ବଟକୃଷ୍ଣ ବେହେରା ଆଜି ସକାଳ ୭ ଟା ସମୟରେ ନିଜ ପୁରୁଣା ମାଟି ଘର ପାଖରେ କାମ କରୁଥିଲେ।ସେହି ସମୟରେ ହଠାତ କାନ୍ଥଟି ଗଡି ପଡ଼ି ବଟକୃଷ୍ଣଙ୍କ ଉପରେ ପଡିଥିଲା ।

ଚିତ୍କାର ଶୁଣି ପରିବାର ଏବଂ ଗ୍ରାମବାସୀ ପହଞ୍ଚି ମାଟିକୁ ବାହାର କରି ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାକୁ ଆଣିଥିଲେ । ସୋର ଡାକ୍ତରଖାନାରେ ଚିକିତ୍ସା ଧିନ ଅବସ୍ଥାରେ ତାଙ୍କ ର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ ।