
୨୬/୧୦/୨୧ (ଜିଲ୍ଲା ଖବର) : ରାଜ୍ୟରେ ବୟନ ଶିଳ୍ପର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଏମ୍ ମିତ୍ର ଯୋଜନାରେ ଓଡ଼ିଶାରେ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପ୍ରସ୍ତାବିତ ପାର୍କ ପ୍ରତିଷ୍ଠା ହେଲେ ବୟନଶିଳ୍ପ ସହ ଓଡିଶାର ସର୍ବାଙ୍ଗୀନ ବିକାଶ ହେବ । ଏହାସହ ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି ହେବା ସହ ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ ମିଶନ” କଳ୍ପନା ସାକାର ହୋଇପାରିବ । ନିକଟରେ ଭାରତ ସରକାର ଦେଶରେ ପିଏମ ମିତ୍ର ଯୋଜନାରେ ୭ଟି ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ।
ଓଡିଶାରେ ବୟନ ଶିଳ୍ପର ବିକାଶ ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ବୟନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଅନେକ ସୁଯୋଗ ରହିଛି । ଧାମରା ବନ୍ଦର ନିକଟ ଏବଂ ଭୁବନେଶ୍ୱରର ମଳିପଡା ଠାରେ ଦୁଇଟି ଟେକ୍ସଟାଇଲ ଏବଂ କପଡା ପାକର୍ର ନିର୍ମାଣ ପାଇଁ କାର୍ଯ୍ୟ ଜାରି ରହିଛି । ଭଦ୍ରକ ଠାରେ ଟେକ୍ନିକାଲ୍ ଟେକ୍ସଟାଇଲ ପାର୍କ ବିକଶିତ କରାଯାଉଛି ।


