Thursday, November 12, 2026
Home ଆଞ୍ଚଳିକ ରଜନୀକାନ୍ତ ଲଞ୍ଚ କଲେ ନୂତନ ସୋସିଆଲ୍ ମିଡିଆ ଆପ୍ Hoote, ଜାଣନ୍ତୁ ଏଥିରେ କଣ ରହିଛି...

ରଜନୀକାନ୍ତ ଲଞ୍ଚ କଲେ ନୂତନ ସୋସିଆଲ୍ ମିଡିଆ ଆପ୍ Hoote, ଜାଣନ୍ତୁ ଏଥିରେ କଣ ରହିଛି ଖାସ୍

23

ନୂଆଦିଲ୍ଲୀ, ୨୬/୧୦/୨୧ (ଜିଲ୍ଲା ଖବର) : ତାମିଲ ସିନେମାର ସୁପରଷ୍ଟାର୍ ରଜନୀକାନ୍ତ ଏକ ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ଯାହାର ନାମ ହେଉଛି ହୁଟେ ଆପ୍ (Hoote) । ଏହା ଏକ ଭଏସ୍ ଆଧାରିତ ସୋସିଆଲ ମିଡିଆ ଆପ୍ । ଏହାର ଫାଉଣ୍ଡର୍ ହେଉଛନ୍ତି ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା । ଏହି ଆପ୍ ର ଖାସିୟତ୍ ଏହା ହେଉଛି ଯେ, ଆପଣ ଏଥିରେ ଭଏସ୍ ନୋଟ୍ସ ଜରିଆରେ ନିଜର ମନର କଥାକୁ ଜାହିର୍ କରିପାରିବେ ।

ନିଜର ପୋଷ୍ଟକୁ ଆହୁରି ଚିତାକର୍ଷକ କରିବା ପାଇଁ ଆପଣ ଏଥିରେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ର ମଧ୍ୟ ବ୍ୟବହାର କରିପାରିବେ । ଏହି ଆପ୍ ତାମିଲ, ହିନ୍ଦୀ, ତେଲୁଗୁ, ମରାଠୀ, ମାଲାୟାଲମ୍, କନ୍ନଡ୍୍, ବଙ୍ଗାଳୀ ଓ ଗୁଜୁରାତି ସମେତ ୮ଟି ଭାଷା ଓ ୩ଟି ଅନ୍ତରାଷ୍ଟ୍ରୀୟ ଭାଷାରେ ମଧ୍ୟ ଚଳାଇପାରିବେ ।

ହୁଟେ ଆପ୍ ଆପଣ ପ୍ଲେ-ଷ୍ଟୋର୍ ରୁ ଡାଉନଲୋଡ୍ କରିପାରିବେ । ଏଥିରେ ଅନେକ ଦିଗ୍ଗଜ ବ୍ୟକ୍ତିତ୍ୱ ଓ ନ୍ୟୁଜ୍ ଚ୍ୟାନେଲ୍, ରାଜନେତା ଓ ଫ୍ୟାନ ପେଜ୍ ପାଇପାରିବେ । ଆପଣ ସେମାନଙ୍କୁ ଫଲୋ ମଧ୍ୟ କରିପାରିବେ । ଏଥିରେ ଆପଣ ସର୍ବାଧିକ ୬୦ ସେକେଣ୍ଡର ଭଏସ୍ ନୋଟ୍ ଅପଲୋଡ୍ କରିପାରିବେ । ଏଥିରେ ଆପଣ ନିଜର ପୋଷ୍ଟରେ ଉପଯୁକ୍ତ କ୍ୟାପସନ୍ ମଧ୍ୟ ଦେଇ ପାରିବେ । କ୍ୟାପସନ୍ ୧୨୦ ଶବ୍ଦ ପର୍ଯ୍ୟନ୍ତ ରଖିପାରିବେ ।