
ନୂଆଦିଲ୍ଲୀ, ୨୬/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ସବୁବେଳେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତନ୍ତି । ପିଲାଦିନେ ଭଲ ପାଠପଢୁଥିଲେ ତାପସୀ । ଏବଂ ନିଜର ଦକ୍ଷତା ବଳରେ ଏକ ଆପ୍ ମଧ୍ୟ ପ୍ରସ୍ତୁତ କରିଥିଲେ ସେ ।
ପାଠପଢା ସମୟରେ ବହୁତ୍ ଭଲ ପାଠ ପଢୁଥିଲେ ତାପସୀ ପନ୍ନୁ । ମନୋରଞ୍ଜନ ଦୁନିଆକୁ ଆସିବା ପୂର୍ବରୁ, ସେ ଇଂଜିନିୟରିଂ ଡିଗ୍ରୀ ହାସଲ କରି ସାରିଥିଲେ।
୧୯୮୭ ମସିହା ଅଗଷ୍ଟ ୧ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ତାପସୀ । ଦିଲ୍ଲୀର ଅଶୋକ ବିହାରସ୍ଥିତ ମାତା ଜୟ କୌର୍ ପବ୍ଲିକ୍ ସ୍କୁଲରେ ସେ ପାଂପଢା ଆରମ୍ଭ କରିଥିଲେ । ଏହା ପରେ ସେ ଦିଲ୍ଲୀର ଗୁରୁ ତେଗ୍ ବାହାଦୂର୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜୀରେ କମ୍ପ୍ୟୁଟର୍ ସାଇନ୍ସରେ ବି.ଟେକ୍ କଲେ।
ତେବେ ଇଂଜିନିୟରିଂ ଦ୍ୱିତୀୟ ବର୍ଷରେ ସେ CAT ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ଏହି ପରୀକ୍ଷାରେ ସେ ୮୮ ପ୍ରତିଶର ମାର୍କ ରଖିଥିଲେ। କିନ୍ତୁ ସେତେବେଳେ ତାଙ୍କ ଇଚ୍ଛା ମୁତାବକ ନମିଳିବା କାରଣରୁ ସେ ଏମବିଏ କରିପାରିଲେ ନାହିଁ।
କଲେଜ୍ ସମୟରୁ ମଡେଲିଂରେ ସକ୍ରିୟ ଥିଲେ ସେ । ହେଲେ ଏହାକୁ ନେଇ ଯେ ସେ କ୍ୟାରିୟର କରିବେ ସେକଥା ଭାବି ନଥିଲେ । ତେଣୁ ଏହାରି ଭିତରେ ସେ କିଛିଦିନ ପାଇଁ ଏକ ସପ୍ଟୱେୟାର୍ ଇଂଜିନିୟର ଭାବେ କାମ କରିବାର ସୁଯୋଗ ପାଇଥିଲେ। ଏବଂ ସେହି ସମୟରେ ସେ FontSwap ନାମରେ ଏକ ଆପ୍ ମଧ୍ୟ ନିର୍ମାଣ କରିବାରେ ସଫଳ ହୋଇଥିଲେ।






