
ନୂଆଦିଳ୍ଲୀ, ୨୬/୧୦/୨୧ (ଜିଲ୍ଲା ଖବର) : ଅକ୍ଟୋବର ୨୯ରୁ ନଭେମ୍ବର ୨ ମଧ୍ୟରେ ଇଟାଲି ଓ ବ୍ରିଟେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଏହି ଗସ୍ତ ସମୟରେ ୧୬ତମ G-2O ଶିଖର ସମ୍ମିଳନୀ ଓ COP-26ର ବିଶ୍ବ ନେତୃବୃନ୍ଦ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଇଟାଲି ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଇଟାଲିର ରୋମରେ ହେବାକୁ ଥିବା ୧୬ତମ G-2O ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହି ସମ୍ମିଳନୀରେ ମହାମାରୀରୁ ସୁରକ୍ଷା, ଅର୍ଥନୈତିକ ସ୍ଥିରତା, ଜଳବାୟୁ ପରିବର୍ତ୍ତନ, ସ୍ଥାୟୀ ବିକାଶ ଏବଂ ଖାଦ୍ୟ ସୁରକ୍ଷା ଉପରେ ଆଲୋଚନା ହେବ । ଏହାପରେ ପ୍ରଧାନମନ୍ତ୍ରୀ COP-26 ବିଶ୍ବ ନେତୃବୃନ୍ଦ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରିଟେନର ଗ୍ଲାସଗୋ ଯିବେ । ଏହି ସମ୍ମିଳନୀ ୨୦୨୦ରେ ହେବାକୁ ଥିବା ବେଳେ କୋଭିଡ ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା ।



