Sunday, October 11, 2026
Home ଆଞ୍ଚଳିକ ଦଳ ସାଲୁବାଲୁ, କାଦୁଅ ବିଲର ପାଣି ପିଇ ଶୋଷ ମେଣ୍ଟାଉଛନ୍ତି 100 ପରିବାର

ଦଳ ସାଲୁବାଲୁ, କାଦୁଅ ବିଲର ପାଣି ପିଇ ଶୋଷ ମେଣ୍ଟାଉଛନ୍ତି 100 ପରିବାର

19

କୋରାପୁଟ, ୨୬/୧୦/୨୧ (ଜିଲ୍ଲା ଖବର) : ବିକାଶର ବିକଳ ଚିତ୍ର । ବର୍ଷ ବର୍ଷ ଧରି ପୋଖରୀ ପାଣି ପିଉଛନ୍ତି ଗାଁ ଲୋକେ। ବର୍ଷ ବର୍ଷ ଧରି ଅଭିଯୋଗ ପରେ ଏବେ ବିଡିଓ କହୁଛନ୍ତି 15 ଦିନରେ ଗାଁ ଲୋକଙ୍କୁ ପିଇବା ପାଣି।  

ଦଳ ସାଲୁବାଲୁ, କାଦୁଅ ବିଲର ଏହି ପାଣି ଏବେ 100 ପରିବାରର ଶୋଷ ମେଣ୍ଟାଉଛି। କୋଟପାଡ ବ୍ଲକ ଏସବି ନୂଆଗାଁର 7 ନମ୍ବର ଗାଁ । ଗାଁରେ ପାଖାପାଖି 100 ପରିବାର ରହୁଛନ୍ତି। ଲୋକସଂଖ୍ୟା  ୫୦୦ରୁ ଅଧିକ।  ବିଡ଼ମ୍ବନା ଏତେ ଲୋକଙ୍କ ପାଇଁ ଗାଁରେ ଥିବା ଦୁଇଟି ନଳକୂପରୁ ଗୋଟିଏ ଅଚଳ, ଅନ୍ୟ ଗୋଟିଏରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନୁହେଁ । ବାଧ୍ୟ ହୋଇ ଗାଁଠାରୁ  ଗୋଟିଏ କିଲୋମିଟର ଚାଲିଲା ପରେ ପୋଖରୀରୁ ମିଳୁଛି ଏଭଳି ପାଣି।  

ଦୂଷିତ ପାଣି ପିଇ ରୋଗରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ। ବର୍ଷ ବର୍ଷ ଧରି ଚୁପ ଥିବା କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହୁଛନ୍ତି 15 ଦିନ ମଧ୍ୟରେ ପହଞ୍ଚିଯିବ ବିଶୁଦ୍ଧ ପିଇବା ପାଣି।   ଏହାନୁହେଁ ଯେ ପ୍ରତିଶ୍ରୁତି ମିଳିନି। ଆଗରୁ ବି ପ୍ରଶାସନର ଏମିତି ପ୍ରତିଶ୍ରୁତି ମିଳିଛି। କିନ୍ତୁ ପୂରଣ ହୋଇନି। ଏବେ ବିଡିଓ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେଉଛି ଅପେକ୍ଷା କରିଛନ୍ତି 7 ନମ୍ବର ଅଂଚଳବାସୀ ।