ବାଇକ ଡ଼ିକି ଭାଙ୍ଗି ଲକ୍ଷେ 20ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

7

ଭଦ୍ରକ, ୨୬/୧୦/୨୧ (ଜିଲ୍ଲା ଖବର) : ଦିନ ଦ୍ବିପ୍ରହରେ ବାଇକ ଡ଼ିକି ଭାଙ୍ଗି ଲକ୍ଷେ 20ହଜାର ଟଙ୍କା ଲୁଟି ନେଲେ  ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ବାସୁଦେବପୁର ଥାନା ବେହେରା ମାର୍କେଟ କମ୍ପ୍ଲେକ୍ସରେ ।

ବୈକୁଣ୍ଠପୁର ବ୍ରାହ୍ମଣଗାଁର ହିତେଶ ଚନ୍ଦ୍ର ରାୟ ବ୍ୟାଙ୍କରୁ ଟଙ୍କା ଉଠାଇ ଗାଡି ଡିକିରେ ରଖି ଦୋକାନକୁ ଯାଇଥିବାବେଳେ ଦୁର୍ବୃତ୍ତମାନେ ଡିକି ଭାଙ୍ଗି ଲୁଟି ନେଇଥିଲେ।