Home ଜାତୀୟ ଟିକସ ଆଇନ (ସଂଶୋଧନ) ବିଲ – ୨୦୧୯କୁ କ୍ୟାବିନେଟ ମଞ୍ଜୁରି

ଟିକସ ଆଇନ (ସଂଶୋଧନ) ବିଲ – ୨୦୧୯କୁ କ୍ୟାବିନେଟ ମଞ୍ଜୁରି

15

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଅଧ୍ୟାଦେଶର ସ୍ଥାନରେ ଟିକସ ଆଇନ (ସଂଶୋଧନ) ବିଲ ୨୦୧୯କୁ ଅନୁମୋଦନ କରିଛନ୍ତି ।

ଅର୍ଥ (ସଂଖ୍ୟା – ୨) ଆଇନ ୨୦୧୯ (ଅର୍ଥ ଆଇନ) ର ଲାଗୁ ହେବା ପରେ ଆର୍ଥିକ ବିକାଶ ତଥା ସାରା ବିଶ୍ଵରେ କର୍ପୋରେଟ ଆୟକରରେ ହ୍ରାସକୁ ଦୃଷ୍ଟିରେ ରାଖି ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରିବା ଜରୁରୀ ହୋଇପଡିଥିଲା, ଯାହାଦ୍ୱାରା ନିବେଶ ଆକୃଷ୍ଟ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ଲାଗି ମାର୍ଗ ପ୍ରଶସ୍ତ ହେବ । ଯେହେତୁ ସଂସଦ ଅଧିବେଶନ ଚାଲି ନଥିଲା, ସେଥିପାଇଁ ଆୟକର ଆଇନ ୧୯୬୧ କିମ୍ବା ଅର୍ଥ ଆଇନରେ ସଂଶୋଧନ ଜରିଆରେ ଏହି ଉଦ୍ଦେଶ୍ୟ ପୂରଣ କରାଯାଇ ପାରିଥାନ୍ତା । ସେଥିଲାଗି ସେପ୍ଟେମ୍ବର ୨୦୧୯ରେ ଟିକସ ଆଇନ ସଂଶୋଧନ ୨୦୧୯କୁ ଲାଗୁ କରି ଏହି କାର୍ୟ୍ୟ କରାଗଲା । ଅଧ୍ୟାଦେଶ ଦ୍ଵାରା କରାଯାଇଥିବା ସଂଶୋଧନର ମୁଖ୍ୟ ବିଶେଷତ୍ଵ ନିମ୍ନରେ ଦିଆଯାଉଛି ।

ଅବିବୃଦ୍ଧି ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଆୟକର ଆଇନରେ ଏକ ନୂଆ ବ୍ୟବସ୍ଥା ଯୋଡ଼ା ଯାଇଥିଲା, ଯାହାର ଅନ୍ତର୍ଗତ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ ଠାରୁ ଘରୋଇ କମ୍ପାନୀଗୁଡ଼ିକ ୧୦ ପ୍ରତିଶତ ସରଚାର୍ଜ ସହିତ ୨୨ ପ୍ରତିଶତ ଏବଂ ୪ ପ୍ରତିଶତ ଉପକର ଆଧାରରେ ଟିକସ ଦେବାର ବିକଳ୍ପ ପାଇପାରିବେ, ତେବେ ସର୍ତ୍ତ ହେଉଛି ସେମାନେ କୌଣସି ପ୍ରୋତ୍ସାହନ କିମ୍ବା ଛାଡର ଦାବି କରିପାରିବେ ନାହିଁ । ଏହି କମ୍ପାନୀଗୁଡ଼ିକ ପାଇଁ ଲାଗୁ ଟିକସ ଦର ୨୫.୧୭ ପ୍ରତିଶତ ହୋଇଯାଇଛି । ଏସବୁ କମ୍ପାନୀ ସର୍ବନିମ୍ନ ବିକଳ୍ପ ଟିକସ ଅଧୀନରେ ରହିବେ ନାହିଁ ।

ନିର୍ମାଣ କ୍ଷେତ୍ରରେ ନୂତନ ନିବେଶ ଆକୃଷ୍ଟ କରିବା ଏବଂ ସରକାରଙ୍କ “ମେକ ଇନ ଇଣ୍ଡିଆ” ପ୍ରୟାସକୁ ପ୍ରୋତ୍ସାହନ ଦେବା ଲାଗି ଆୟକର ଆଇନରେ ଆଉ ଏକ ନୂଆ ବ୍ୟବସ୍ଥା ଯୋଡା ଯାଇଛି । ଏହାର ଅନ୍ତର୍ଗତ ୧ ଅକ୍ଟୋବର, ୨୦୧୯ କିମ୍ବା ଏହାପରେ ପ୍ରତିଷ୍ଠା ହେବାକୁ ଥିବା ଘରୋଇ ନିର୍ମାଣ କମ୍ପାନୀ, ଯେଉଁମାନେ ୩୧ ମାର୍ଚ୍ଚ, ୨୦୨୩ ସୁଦ୍ଧା ନିର୍ମାଣ କାର୍ୟ୍ୟ ଆରମ୍ଭ କରିବେ, ଏପରି କମ୍ପାନୀଗୁଡ଼ିକୁ ୧୦ ପ୍ରତିଶତ ସରଚାର୍ଜ ସହିତ ୧୫ ପ୍ରତିଶତ ଏବଂ ୪ ପ୍ରତିଶତ ଉପକର ଆଧାରରେ ଟିକସ ପ୍ରଦାନ କରିବା ଲାଗି ବିକଳ୍ପ ମିଳିବ । ତେବେ ଏହି କମ୍ପାନୀଗୁଡ଼ିକ କୌଣସି ଛାଡ କିମ୍ବା ପ୍ରୋତ୍ସାହନ ପାଇଁ ଦାବି କରିପାରିବେ ନାହିଁ । ଏସବୁ କମ୍ପାନୀ ପାଇଁ ଲାଗୁ ଟିକସ ଦର ୧୭.୧୬ ପ୍ରତିଶତ ହୋଇଛି । ଏସବୁ କମ୍ପାନୀ ସର୍ବନିମ୍ନ ବିକଳ୍ପ ଟିକସ ଅଧୀନରେ ଆସୁନାହାନ୍ତି ।

ଯେଉଁ କମ୍ପାନୀ ରିହାତି ଟିକସ ଆଇନ ଏବଂ ଟିକସ ଛାଡ / ପ୍ରୋତ୍ସାହନର ବିକଳ୍ପ ନେବେ ନାହିଁ, ସେମାନେ ସଂଶୋଧନ ପୂର୍ବର ଦର ଅନୁଯାୟୀ ଟିକସ ପଇଠ କରିବା ଜାରି ରଖିବେ । ତେବେ ଟିକସ ଛାଡ ଅବଧି ଶେଷ ହେବା ପରେ ଏମାନେ ରିହାତି ଟିକସ ଆଇନର ବିକଳ୍ପ ନେଇପାରିବେ । ବିକଳ୍ପ ନେବା ପରେ ସେମାନଙ୍କୁ ୨୨ ପ୍ରତିଶତ ହାରରେ ଟିକସ ପଇଠ କରିବାକୁ ହେବ । ଏହାବ୍ୟତୀତ ଆଦେଶ ଅନ୍ତର୍ଗତ ସେସବୁ କମ୍ପାନୀକୁ ରିହାତି ଦିଆଯାଉଅଛି, ଯେଉଁ କମ୍ପାନୀଗୁଡ଼ିକ ଛାଡ କିମ୍ବା ପ୍ରୋତ୍ସାହନ ନେଉଛନ୍ତି । ଏହାକୁ ଦୃଷ୍ଟିରେ ରଖିଲେ ସର୍ବନିମ୍ନ ବିକଳ୍ପ ଟିକସ ବର୍ତ୍ତମାନର ୧୮.୫ ପ୍ରତିଶତରୁ ହ୍ରାସ ପାଇ ୧୫ ପ୍ରତିଶତ କରିଦିଆଯାଇଛି ।

ଅର୍ଥ ଆଇନ ଜରିଆରେ ଯେଉଁ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ଶେୟାର ଉପରେ ବାଇବ୍ୟାକ ଟିକସର ଛାଡ ମିଳୁଛି, ସେହି ଛାଡ ୫ ଜୁଲାଇ, ୨୦୧୯ ପୂର୍ବରୁ ବଜାରକୁ ଶେୟାର ଛାଡୁଥିବା ତାଲିକାଭୁକ୍ତ କମ୍ପାନୀଗୁଡ଼ିକୁ ମିଳିବ ନାହିଁ ।

ପୁଞ୍ଜି ବଜାରରେ ପାଣ୍ଠିର ପ୍ରବାହକୁ ସ୍ଥିର ରଖିବା ଲାଗି, ଅର୍ଥ ଆଇନ ଜରିଆରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ଶେୟାର ହସ୍ତାନ୍ତର କିମ୍ବା ୟୁନିଟ ହସ୍ତାନ୍ତର କାରଣରୁ ପୁଞ୍ଜି ଲାଭ ଉପରେ ଲାଗୁ ହେଉଥିବା ବର୍ଦ୍ଧିତ ସରଚାର୍ଜ ଲାଗୁ ନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।ଏହା ବ୍ୟତୀତ ବର୍ଦ୍ଧିତ ସରଚାର୍ଜ କୌଣସି ପ୍ରତିଭୂତିର ହସ୍ତାନ୍ତର କାରଣରୁ ସୃଷ୍ଟି ହେଉଥିବା ଏଫପିଆଇର ପୁଞ୍ଜି ଲାଭ ଉପରେ ଲାଗୁ ହେବନାହିଁ ।

ସ୍ରୋତ-ପିଆବି