ଏକ ଭଡ଼ା ଘରୁ 47ପେଟି ବିଦେଶୀ ମଦ ଜବତ

8

କଟକ ,୨୬/୧୦/୨୧ (ଜିଲ୍ଲା ଖବର) : କଟକ ନୁଆବନ୍ଧ ଗାଁର ଏକ ଭଡ଼ା ଘରୁ 47ପେଟି ବିଦେଶୀ ମଦ ଜବତ ସହ ଜଣଙ୍କୁ ଗିରଫ କରିଛି ଆଠଗଡ଼ ପୋଲିସ୍ । ଜବତ ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ନେଇ କହିଛନ୍ତି ଆଠଗଡ଼ SDPO ଦେବେନ୍ଦ୍ର ମଲିକ ।

ତେବେ ଆଠଗଡ଼ ଅଞ୍ଚଳରେ ଚୋରା ବିଦେଶୀ ମଦ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନକଲି ବିଦେଶୀ ମଦ କାରବାର ନେଇ ଚର୍ଚ୍ଚା ଜୋର ଧରିଛି ।