
ବ୍ରହ୍ମପୁର,୨୬/୧୦/୨୧ (ଜିଲ୍ଲା ଖବର) : ବ୍ରହ୍ମପୁରରେ କୋଟିପତି ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକଙ୍କ କାରନାମା। ଉତ୍ତର ପ୍ରଦେଶରୁ ଅଫିମ,କନ୍ଧମାଳରୁ ଗଞ୍ଜେଇ ଆମଦାନୀ କରୁଥିଲା କୋଟିପତି ନିଶା ବ୍ୟବସାୟୀ। ଗଞ୍ଜାମ,ଖୋର୍ଦ୍ଧାର କୋଣ ଅନୁକୋଣରେ ଖୁଚୁରା ଦୋକାନକୁ ଚାଲାଣ କରୁଥିଲା ଗଞ୍ଜେଇ। ସହ ସହ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଋଣ ଦେଇ ବନ୍ଧା ରଖିଥିଲା ସାଢ଼େ 8 କେଜି ରୁ ଉର୍ଦ୍ଧ୍ବ ସୁନା।
ବିଶ୍ବକର୍ମା ଆୟୁର୍ବେଦିକ ପ୍ରାଇଭେଟ ସଂସ୍ଥା ନାମରେ ଚାଲାଣ କରୁଥିଲା ନିଶା ଦ୍ରବ୍ୟ। ବିଶ୍ୱକର୍ମା ଆୟୁର୍ବେଦ ସଂସ୍ଥା ର ମାଲିକ କବିମନ୍ୟୁ ମଧ୍ୟ ଅଟକ ରଖିଛି ପୋଲିସ। ବର୍ତ୍ତମାନ ସମୟରେ 20 ଜଣଙ୍କୁ ପୋଲିସର ପଚରାଉଚରା ସରିଛି। ତିନୋଟି ଟିମ ଗଠନ ହୋଇଛି, ଗଜପତି, କନ୍ଧମାଳ ଦୁଇଟି ଟିମ ଏବଂ ଗଞ୍ଜାମରେ ଗୋଟିଏ ଟିମ ତଦନ୍ତ କରୁଛନ୍ତି।
ଜବତ ହୋଇଥିବା 6 ଟି ଏକାଉଣ୍ଟ ରୁ ପାଖାପାଖି 7 ଲକ୍ଷ ଟଙ୍କା ରହିଛି।ଆବଶ୍ୟକ ପଡ଼ିଲେ ପୁଣି ପୋଲିସ ରିମାଣ୍ଡ ଆବେଦନ କରିପାରେ ବୋଲି ସୂଚନା ମିଳିଛି। ସାଢ଼େ 8 କେଜି ସୁନା ସହ ଜବତ ହୋଇଥିବା 75 ଲକ୍ଷ କେଉଁଠୁ ଆଣିଥିଲା ତାହା ମଧ୍ୟ ପୋଲିସ ତଦନ୍ତ କରୁଛି।



