
ନୂଆଦିଲ୍ଲୀ, ୨୬/୧୦/୨୧ (ଜିଲ୍ଲା ଖବର) : ବଲିଉଡର ଜଣାଶୁଣା ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି । ୨୬ ଅକ୍ଟୋବର ୧୯୭୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରବିନା । ତେବେ ରବିନା ଜଣେ ଅଭିନେତ୍ରୀ ହେବା ସହିତ , ଜଣେ ମଡେଲ ଏବଂ ପ୍ରଡ୍ୟୁସର ମଧ୍ୟ ।
ଅନେକ ହିଟ ଫିଲ୍ମରେ ସେ କାମ କରିଛନ୍ତି । ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ତାଙ୍କୁ ମଡେଲିଂ ର ଅଫର ମିଳିବା ଆରମ୍ଭ ହୋଇ ଯାଇଥିଲା । ଏହାପରେ ସେ ସେକେଣ୍ଡ ଇୟରରେ ପାଠପଢା ଛାଡି ଦେଇଥିଲେ ।
ରବିନାଙ୍କ ବାପା ମଧ୍ୟ ଜଣେ ନିର୍ଦ୍ଦେଶକ । ମୁମ୍ବାଇରେ ହିଁ ବଡ ହୋଇଛନ୍ତି ରବିନା । ତେବେ ରବିନାଙ୍କ ନାଁ ତାଙ୍କ ବାପା ରବି ଏବଂ ମା’ ବୀଣାଙ୍କ ନା ଅନୁସାରେ ରଖା ଯାଇଛି । ରବିନା ତାଙ୍କର ଫିଲ୍ମ କ୍ୟାରିୟର ବଲିଉଡ ଅଭିନେତା ସଲମାନ୍ ଖାନ୍ ଙ୍କ ସହ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା, ‘Patthar Ke Phool’ । ଯାହା ୧୯୯୧ରେ ରିଲିଜ୍ ହୋଇଥିଲା ।
ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର ର ନ୍ୟୁ ଫେସ୍ ଅଫ୍ ଦ ଇୟର ର ଆଓ୍ବାର୍ଡ ମିଳିଥିଲା । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଢେର ସାରା ଶୁଭକାମନା ।







