Home ଆଞ୍ଚଳିକ ଯାଜପୁରରେ ହାତୀ ଆତଙ୍କ

ଯାଜପୁରରେ ହାତୀ ଆତଙ୍କ

2

ଯାଜପୁର, ୨୬/୧୦/୨୧ (ଜିଲ୍ଲା ଖବର) : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ହାତୀ ଆତଙ୍କ । ହାତୀଟି ଢେ଼ଙ୍କାନାଳ ରେଞ୍ଜରୁ ଆସିଥିବା ସୂଚନା ମିଳିଛି। ଗତକାଲିଠାରୁ କଟକ ଢେଙ୍କାନାଳ ଏବଂ କେନ୍ଦ୍ରାପଡା ଅଞ୍ଚଳରୁ ଶହେରୁ ଉର୍ଦ୍ଧ୍ବ କର୍ମଚାରୀ ତିନୋଟି ଟିମ ସହ ଏବେ ହାତୀକୁ ଘଉଡାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ମୁତୟନ ଅଛନ୍ତି। 

ତେବେ ଗ୍ରାମବାସୀଙ୍କ କହିବା କଥା ସକାଳ ସମୟରେ ହାତୀଟିକୁ ଧାନ କିଆରୀରେ ଦେଖିଥିବା ବେଳେ କିଛି ସମୟ ପରେ ହାତୀଟି ଆଖୁ କିଆରୀ ମଧ୍ୟକୁ ପସିଯାଇଥିଲା । ତେବେ ଏ ଅଞ୍ଚଳରେ  ହାତୀ ଆସିବାର କୌଣସି ସମ୍ଭାବ୍ୟ ନଥିବାବେଳେ କେଉଁ କାରଣରୁ ହାତୀଟି ଏ ପରିବେଶକୁ ଆସିଛି ତାକୁନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି।