Sunday, October 11, 2026
Home ଅପରାଧ ଉତ୍ପାତ ମଚାଇଛନ୍ତି ୧୭ ଟିକିଆ ହାତୀପଲ, ଲୋକେ ଭୟଭୀତ

ଉତ୍ପାତ ମଚାଇଛନ୍ତି ୧୭ ଟିକିଆ ହାତୀପଲ, ଲୋକେ ଭୟଭୀତ

5

ଖୋର୍ଦ୍ଧା,୨୬/୧୦/୨୧ (ଜିଲ୍ଲା ଖବର) : ୧୭ଟିକିଆ ହାତୀପଲଙ୍କ ଉତ୍ପାତ । ଖୋର୍ଦ୍ଧା ବନଖଣ୍ଡ ଟାଗିଂ ବନାଚଂଳ ଗୋଡିପଡା ଗ୍ରାମପଂଚାୟତ ମୋଟା ଗାଁ ନିକଟରେ ୧୭ଟିକିଆ ହାତୀପଲ ଦେଖିବାକୁ ମିଳିଛି । ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହାସହ ହାତୀ ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

ଗୁରୁତରମାନେ ହେଲେ ମଳିପଡାର ଚିତ୍ତରଞ୍ଜନ ଶ୍ରୀଚନ୍ଦନ ଓ ଛବି ଜେନା। ହାତୀ ଦିନରେ ନିକଟସ୍ଥ  ଜଂଗଲରେ ରହୁଥିବା ବେଳେ ଆଜି ଭୋର ସମୟରେ ଉତ୍ପାତ କରିଛି ।୧୭ଟି ଜଂଗଲି ହାତୀ ବିଳମ୍ବିତ ରାତିରେ ମୋଟା ଅଂଚଳରେ ଥିବା ଧାନ ଫସଲ ଜମିରେ ପଶି ଦଳିଚକଡି ଫସଲ ନଷ୍ଟ କରିଛନ୍ତି।

ମୋଟାଗାଁ ନିକଟ ଜଂଗଲରେ ହାତୀ ଚଳପ୍ରଚଳ କରୁଥିବାରୁ ଲୋକେ ଭୟଭୀତ ଅଛନ୍ତି । ସଂନ୍ଧ୍ୟାରେ ହାତୀ ଜଂଗଲ ମଧ୍ୟରୁ ଜନବସତି ଆଡକୁ ପଳାଇ ଆସି ଉପଦ୍ରବ କରୁଥିବାରୁ ଚାଷୀର ଧାନ ଫସଲ ଦଳିଚକଡି ନଷ୍ଟ କରିଛି । ସ୍ଥାନୀୟ ଲୋକେ ହାତୀକୁ ଦେଖି ଭୟଭୀତ ହୋଇପଡିଛନ୍ତି । ଟାଗିଂ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ହାତୀକୁ ଘଉଡେଇବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡିଛି।