Wednesday, November 11, 2026
Home ଆଞ୍ଚଳିକ ରାସ୍ତା ସମସ୍ୟା ଯୋଗୁଁ 5 କିଲୋମିଟର ଷ୍ଟେଚର ରେ ବୁହାହେଲେ ରୋଗୀ

ରାସ୍ତା ସମସ୍ୟା ଯୋଗୁଁ 5 କିଲୋମିଟର ଷ୍ଟେଚର ରେ ବୁହାହେଲେ ରୋଗୀ

23

ବାଲିଗୁଡା,୨୬/୧୦(ଜିଲ୍ଲା ଖବର):ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ଅନ୍ତର୍ଗତ ମିଡ଼ିଆତୁଆ ଗାଁ ରେ ଲକ୍ଷ୍ମଣ କହଁର ନାମକ ପକ୍ଷାଘାତ ରୋଗୀ ଗୁରୁତର ହୋଇଥିଲେ | ଗାଁର ଜଣେ ବ୍ୟକ୍ତି ନେଟୱାର୍କ ନ ଥିବାରୁ ଦଶକିଲୋମିଟର ଯାଇ ଆମ୍ବୁଲାନ୍ସ କୁ ଫୋନଯୋଗେ ଖବର ଦେଇଥିଲେ ତେବେ ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଆଉ ଗଡି ନଥିଲା ଜୀବନ ବଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ଅନିଲ କୁମାର ନାୟକ ଫାର୍ମାସିଷ୍ଟ ବିନାୟକ ପଣ୍ଡା ଏବଂ ସହାୟକ ପପୁନି ନାୟକ ଗାଡିରେ ଥିବା ଷ୍ଟେଚର ଧରି ପାଞ୍ଚକିଲୋମିଟର ରାସ୍ତା ଚାଲି ଚାଲି ଯାଇ ରୋଗୀ ଲକ୍ଷ୍ମଣ କହଁର ଙ୍କୁ ବୋହି ଆଣି ମେଡିକାଲରେ ଭର୍ତ୍ତି କରିଥିଲେ l
ପ୍ରଥମେ ଫିରିଙ୍ଗିଆ ଓ ପରେ ଫୁଲବାଣୀ ମୁଖ୍ୟ ଡାକ୍ତର ଖାନାରେ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ଘଟଣା ଘଟିଛି ଆମ୍ବୁଲାନ୍ସ କର୍ମଚାରୀ ଙ୍କ ମାନବିକତା ସେବାମନୋଭାବ ଓ କର୍ତ୍ତବ୍ୟପରାୟଣ ସମଗ୍ର ଜ଼ିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ