
ଗଞ୍ଜାମ,୨୫/୧୦(ଜିଲ୍ଲା ଖବର):ଆଜି ଗଞ୍ଜାମ ଜୋନ ଛାତ୍ର ବିଜେଡି ସଭାପତି ତଥା ଆଇନଜୀବି ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ସହ ପର୍ଯ୍ୟବେକ୍ଷକ ଜ୍ୟୋତିରଞ୍ଜନ ସାହୁ ଙ୍କ ର ଜନ୍ମଦିନ ପାଳନ ଅବସରରେ ପ୍ରଥମେ ସକାଳୁ ମେଡିକାଲ କଲେଜ ଖେଳ ପଡିଆ ଠାରେ ସାମ୍ବାଦିକ ଭାଇ ଏବଂ ଆଇନଜୀବୀ ବନ୍ଧୁ ଏବଂ ଭାଇମାନଙ୍କ ଗହଣରେ cake କଟାଯାଇଥିଲା ତାପରେ ଖେଳ ପଡିଆ ସଫେଇ କାର୍ଯ୍ୟକ୍ରମ ଛାତ୍ର ବିଜେଡି ତରଫରୁ ଆରମ୍ଭ କରାଯାଇଥିଲା. ତାପରେ ବ୍ରହ୍ମପୁର ବିଧାୟକ ତଥା ଆମ ରାଜନୈତିକ ଗୁରୁ ଆମ ଦିଗଦର୍ଶକ ଯୁବ ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଏବଂ ଜିଲ୍ଲା ସଭାପତି ଶ୍ରୀ ରମେଶ ଚାଉ ପଟ୍ଟନାୟକ ସାର. ମୋ ପରିବାର ର ସମ୍ପାଦକ ଶ୍ରୀ ସୁବାସ ମହାରଣା ଏବଂ ବଡଭାଇ ମହାନଗର ଯୁବ ସଭାପତି ଅଜିତ ପଣ୍ଡା ଏବଂ ମହାନଗର ଛାତ୍ର ସଭାପତି er. ଶୋବନ କୁମାର ନାୟକ ଏବଂ ବହୁ ବରିଷ୍ଠ. ଯୁବ ଓ ଛାତ୍ର ନେତାଙ୍କ ଗହଣରେ cake କାଟିକି ଖୁସି ମନାଇବାପରେ ବିଧାୟକ ଙ୍କ ପ୍ରେରଣା ରେ ଫାଷ୍ଟଗେଟ ଛକ ନିକଟରେ ଥିବା ଏକ ଜରାଶ୍ରମ କୁ ଯାଇ ସେଠାରେ ମିଠାଈ ବଣ୍ଟନ କରିବାସହ ସେମାନଙ୍କ ଉଦେଶ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରି ସେମାନଙ୍କଠୁ ଆଶ୍ରିବାଦ ଲାଭ କରି କିଛି ମୁହୂର୍ତ୍ତ କଟାଇଥିଲେ।
ରିପୋର୍ଟ : କୁନା ମିଶ୍ର


