
ଶେରଗଡ,୨୫/୧୦(ଜିଲ୍ଲା ଖବର):ସୁନ୍ଦର ମନରମ ପରିବେଶ ସାଙ୍ଗକୁ ଅତ୍ୟାଧୁନିକ ଶ୍ରେଣୀ ଗୃହ l ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍ମାର୍ଟ ସ୍କୁଲ ମୋଡେଲ ଢାଞ୍ଚାରେ ନିର୍ମାଣ କରାଯାଇ ଥିବା ସ୍ମାର୍ଟ ଏବେ ସବୁଠି ଚାଲିଛି ଚର୍ଚ୍ଚା l ଏହି ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବା ଲାଗି ରାୟଗଡା ଜିଲ୍ଲାରୁ ବହୁ ପ୍ରଶାସନିକ ଅଧିକାରୀ ମାନେ ପରିଦର୍ଶନ କରିଛନ୍ତି l ରାୟଗଡା ଜିଲ୍ଲାର ଅତିରିକ୍ତ ପକଳ୍ପ ନିର୍ଦେଶକ, ଡି. ଆର. ଡି. ଏ, ଏବଂ ବ୍ଲକ ଡେଭ୍ଲାମେଣ୍ଟ ଅଫିସର ଏଇଇ, ଏଇ, ଜେଇ ପ୍ରମୁଖ ସ୍କୁଲ ପରିଦର୍ଶନ କରି ବେଶ ଖୁସିବ୍ୟକ୍ତ କରିବା ସହିତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଙ୍କୁ ପ୍ରଶଂସା କରିଥିଲେ l ଏହି ମଡେଲ ଭଳି ନିଜ ଅଞ୍ଚଳରେ ମଧ୍ୟ ଉନତ ମାନର ନିର୍ମାଣ କରାଯିବା ନେଇ କହିଛନ୍ତି ଗ୍ରସ୍ତରେ ଆସିଥିବା ପ୍ରଶାସନିକ ଅଧିକାରୀ l ଏଥିରେ ଶେରଗଡ଼ ବ୍ଲକର ଗୋଷ୍ଠୀଉନୟନ ଅଧିକାରୀ ଓ ବିନ୍ଧାଣି ସ୍କୁଲ ପରିଦର୍ଶନ କରାଇ ଥିଲେ l
ରିପୋର୍ଟ : ଅଖିଳ କୁମାର ପଟ୍ଟନାୟକ


