Tuesday, November 17, 2026
Home ଆଞ୍ଚଳିକ ଦକ୍ଷତା ଓ ଶିକ୍ଷାର ପରିପକ୍ଵ ହିସାବରେ ଗରିବ ଓ ନିଷ୍ପେସିତ ପରିବାରର ଛାତ୍ର ଛାତ୍ରୀ ଶିକ୍ଷା...

ଦକ୍ଷତା ଓ ଶିକ୍ଷାର ପରିପକ୍ଵ ହିସାବରେ ଗରିବ ଓ ନିଷ୍ପେସିତ ପରିବାରର ଛାତ୍ର ଛାତ୍ରୀ ଶିକ୍ଷା ଓ ବଞ୍ଚିବାର ରାହା ଦେଖାଇଛନ୍ତି

36

ଶେରଗଡ଼,୨୫/୧୦(ଜିଲ୍ଲା ଖବର):ଆଜି ଶେରଗଡ ବ୍ଲକ ର ବିଭିନ୍ନ ଗ୍ରାମର ପୁଅ ଓ ଝିଅ ମାନେ ବେକାର ନରହି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।ଆଜି କିଛି ପୁଅ ଝିଅ ପ୍ରଶିକ୍ଷଣ ପାଇଁ ସାଇ ଓ ଜେ ଏସ୍ ଜି ପ୍ରଶିକ୍ଷଣ ନେବାପାଇଁ ଏହି ସଂସ୍ଥା ରେ ଯୋଗ ଦେଇଛନ୍ତି,ଏମାନେ ସିଲାଇ ଶିକ୍ଷା ଓ ଇଲେକ୍ଟ୍ରିକାଲ ଶିକ୍ଷାରେ ଯୋଗଦାନ କରିବେ। ସେଥି ମଧ୍ୟରୁ ଶିଳାଇରେ 4ଜଣ ଓ ଓ 2ଜଣ ଇଲେକ୍ଟ୍ରିକାଲରେ ଓ ଜଣେ କମ୍ପୁଟର ଶିକ୍ଷା ରେ ଯୋଗଦାନ ଦେବେ।ଏମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ତାନିଅ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଓ ଶେରଗଡ ବ୍ଲକ ର ଗୋଷ୍ଟି ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି ଓ ଶେରଗଡ଼ ବ୍ଲକ ଯୁବ ନେତା ସନ୍ତୋଷ କୁମାର ପଟ୍ଟନାୟକ( ପିଣ୍ଟୁ) ଏହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
ରିପୋର୍ଟ : ଅଖିଳ କୁମାର ପଟ୍ଟନାୟକ