ଜାଲରେ ପଡିଲା ବିରଳ ପ୍ରଜାତିର କଇଁଛ, ଲୋକଙ୍କୁ ଦେଖି ଲାଜରେ ଲୁଚାଉଛି ମୁହଁ

6

ପାରାଦୀପ,୨୫/୧୦/୨୧ (ଜିଲ୍ଲା ଖବର) : ଜାଲରେ ପଡିଲା ବିରଳ ପ୍ରଜାତିର କଇଁଛ । ସାଧାରଣ କଇଁଛଟି ଲୋକଙ୍କୁ ଦେଖି ଲାଜରେ ମୁହଁ ଲୁଚାଇ ଦେଉଥିବା ବେଳେ ଏହି ବିରଳ କଇଁଛଟି ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ଦେଖିବାକୁ ମିଳିଛି । ଲୋକ ଗହଳିରେ ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବରେ ଚାଲୁଥିବା ସମୟରେ କଇଁଛଟିର ଦୁଇ ଇଞ୍ଚର ଲାଞ୍ଜ ଥିବା ଦେଖିବାକୁ ମିଳିଛି । ଯାହାକି ବିରଳ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।

ପାରାଦୀପ ମଧୁବନ ନିକଟ ଜଗନ୍ନାଥ ମନ୍ଦିର ନିକଟରେ ଥିବା କପିଳଜୋରିରେ ବଙ୍ଗାଳିପଡ଼ାର ବିଶ୍ୱଜିତ ପାତ୍ର ଭଉଁରୀ ଜାଲରେ ମାଛ ଧରୁଥିବା ସମୟରେ ଜାଲରେ ଏହି ବିରଳ ପ୍ରଜାତିର କଇଁଛଟି ପଡିଥିଲା । ତେବେ ସ୍ଥାନୀୟ ବାସିନ୍ଦା ଏହି କଇଁଛଟିକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ବନ ବିଭାଗକୁ ଖବର ଦେଇଥିଲେ । ଏହି ପ୍ରଜାତିର କଇଁଛ ସାଧାରଣତଃ ମହାନଦୀ ଉପକୂଳ ଅଞ୍ଚଳରେ ଦେଖିବାକୁ ମିଳେ ବୋଲି ଜଙ୍ଗଲ ବିଭାଗ କର୍ମଚାରୀ |