Sunday, October 11, 2026
Home ଅପରାଧ ନାବାଳିକାକୁ ଅସଦାଚରଣ, ଯୁବକଙ୍କୁ ପ୍ରଜାକୋର୍ଟରେ ବାନ୍ଧି ଦଣ୍ଡ ସହ ଗାଁ ଛାଡିବାକୁ ନିର୍ଦ୍ଦେଶ

ନାବାଳିକାକୁ ଅସଦାଚରଣ, ଯୁବକଙ୍କୁ ପ୍ରଜାକୋର୍ଟରେ ବାନ୍ଧି ଦଣ୍ଡ ସହ ଗାଁ ଛାଡିବାକୁ ନିର୍ଦ୍ଦେଶ

14

ବାଲେଶ୍ଵର,୨୫/୧୦/୨୧ (ଜିଲ୍ଲା ଖବର) : ନୀଳଗିରିରେ ମେଗା ଜଳପ୍ରକଳ୍ପରେ କାର୍ଯ୍ୟ କରୁଥିବା ଜୁବର ଇଞ୍ଜିନିୟର କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡରେ କାର୍ଯ୍ୟରତ ରାଜସ୍ଥାନୀ ଯୁବକଙ୍କ ଅସୌଜନ୍ୟ କାଣ୍ଡ। ପାଣବନ୍ଧ ଗ୍ରାମରେ ଗତକାଲି ଗ୍ରାମର ଦୁଇ ନାବାଳିକା ଜଙ୍ଗଲରୁ ଶୌଚ ହୋଇ ଫେରୁଥିବା ସମୟରେ ଉକ୍ତ କମ୍ପାନୀର କାର୍ଯ୍ୟରତ ରାଜସ୍ଥାନୀ ଯୁବକ ମାନେ ଅସଦାଚରଣ କରିଥିବା ଅଭିଯୋଗ ଗାଁରେ ପ୍ରଘଟ ହୋଇଥିଲା।

ପରେ ମଧ୍ୟରାତିରେ ଗାଁଲୋକେ ଏକଜୁଟ ହୋଇ ଶ୍ରମିକଙ୍କୁ ରହୁଥିବା ଭଡାଘରୁ ଉଠାଇ ଆଣି ଜଣେ ଶ୍ରମିକଙ୍କୁ ଗାଁ ମଝିରେ ଦୁଇ ହାତକୁ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ। ପରେ  ହଜାର ଆର୍ଥିକ ଜରିମାନା ସହ ଗାଁ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକେ। ଶ୍ରମିକଙ୍କ ଘର ରାଜସ୍ଥାନ ଅଞ୍ଚଳର ହୋଇଥିବା ସୂଚନା ଅଛି।

ନୀଳଗିରି ଅଞ୍ଚଳରେ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ବିଭିନ୍ନ ଗ୍ରାମକୁ ପାଇପ ସଂଯୋଗୀ କରଣ କାମ ଚାଲିଥିବା ବେଳେ ଶ୍ରମିକ ମାନେ ସେଠାରେ ରହି କାମ କରୁଛନ୍ତି। ସୂଚନା ଆନୁଯାଇ ନିକଟ ଅତୀତରେ ଶିଆଡିମାଳ ଅଞ୍ଚଳରେ ବି ଅନୁରୂପ ଘଟଣା ଘଟାଇ ଟଙ୍କା ଦେଇ ଘଟଣା କୁ ଦବେଇ ଦିଆଯାଇଥିଲା। ତେବେ ଏହି ଜୁବର ଇଞ୍ଜିନିୟର କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡରେ କମ୍ପାନୀର କର୍ମଚାରୀମାନେ ବାରମ୍ବାର ଏଭଳି ଘଟଣା ଘଟିବା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାର କାରଣ ପାଲଟିଛ।