
ନୂଆଦିଲ୍ଲୀ, ୨୫/୧୦/୨୧ (ଜିଲ୍ଲା ଖବର ) : ଦେଶରେ ଚିହ୍ନଟ ହେଲେ ୧୪,୩୦୬ କରୋନା ଆକ୍ରାନ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୪,୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୪୩ ମୃତ୍ୟୁ ରେକର୍ଡ କରାଯାଇଛି। ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୧,୮୯,୭୭୫ରେ ପହଞ୍ଚିଛି।
ସେହିପରି ୪୪୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୫୪,୭୧୨ରେ ପହଞ୍ଚିଛି। ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୫,୬୭,୩୬୭।


