ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର କିନ୍ତୁ ଖାଁ ଖାଁ ଲାଗୁଛି ଧବଳେଶ୍ଵର ପୀଠ

3

କଟକ,୨୫/୧୦/୨୧ (ଜିଲ୍ଲା ଖବର) :  ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵର ପୀଠ ଆଜି ଖାଁ ଖାଁ । କୋଭିଡ଼ କଟକଣା ହେତୁ ଆଠଗଡ଼ ପ୍ରଶାସନ ପକ୍ଷରୁ ପୀଠରେ ଲାଗିଛି ୧୪୪ ଧାରା, ଜାହା ଫଳରେ ସ୍ଥାନିୟ ଗୁରୁଡ଼ିଝାଟିଆ ଥାନା ପୋଲିଶ ସହ ଗୋଟିଏ ପ୍ଲାଟୁନ ପୋଲିଶ ଫୋର୍ସ ମୃତୟନ କରାଜାଇଛି।

 କିନ୍ତୁ ବାବା ଧବଳେଶ୍ଵରଙ୍କ ର ସମସ୍ତ ପୂଜାବିଧି ସୁଚାରୁ ରୂପେ ପାଳନ କରାଜାଉଛି। ବାବା ଆଜି ବଡ଼ସିଂହାର ବେଷରେ ଦର୍ଶନ ଦେଇଛନ୍ତି । କଟକଣା ହେତୁ ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ ନକରି ନିରାଶ ହୋଇଛନ୍ତି।