ଘର ଭିତରେ ଜଳିଗଲେ ଦମ୍ପତ୍ତି, ଅଳ୍ପକେ ବର୍ତ୍ତିଗଲା ୯ ବର୍ଷର ପୁଅ

8

କେନ୍ଦୁଝର,୨୫/୧୦/୨୧ (ଜିଲ୍ଲା ଖବର) : ଘର ଭିତରେ ଜଳିଗଲେ ଦମ୍ପତ୍ତି, ଅଳ୍ପକେ ବର୍ତ୍ତିଗଲା ୯ ବର୍ଷର ପୁଅ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ବାମେବାରୀ ଥାନା, ବଳଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ପୋଡ଼ି ହୋଇଥିବା ସନ୍ଦେହ । ଫ୍ରିଜ୍ ଓ  ଅନ୍ୟାନ୍ୟ ଆସବାବପତ୍ର ପତ୍ର ପୋଡିଯାଇଥିବା ସୂଚନା । ମୃତ ଦମ୍ପତ୍ତି, ପୂର୍ଣ୍ଣଚନ୍ଦ୍ର ଦେହୁରୀ (୩୫), ଲକ୍ଷ୍ମୀ ଦେହୁରୀ (୩୩) । ମୃତଦେହ ଉଦ୍ଧାର କରି ବାମେବାରୀ ପୋଲିସର ତଦନ୍ତ ଆରମ୍ଭ କରିଛି ।