Sunday, November 15, 2026
Home ଆଞ୍ଚଳିକ ଦାଦା ସାହେବ ଫାଲକେ ଆଓ୍ୱାର୍ଡ ପାଇବେ ରଜନୀକାନ୍ତ

ଦାଦା ସାହେବ ଫାଲକେ ଆଓ୍ୱାର୍ଡ ପାଇବେ ରଜନୀକାନ୍ତ

6

ନୂଆଦିଲ୍ଲୀ, ୨୫/୧୦/୨୧ (ଜିଲ୍ଲା ଖବର) : ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ଏନେଇ ଏକ ବୈଠକ କରି ସେ ସୂଚନା ଦେବା ସହିତ, କହିଛନ୍ତି ଯେ ଏହି ସମ୍ମାନଜନକ ପୁରସ୍କାର ପାଇବେ ବୋଲି ସେ କେବେ ଆଶା କରି ନଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସେଠାରୁ ସେ ପୁରସ୍କାର ଗ୍ରହଣ କରିବେ । ଏପ୍ରିଲ୍ ୨୦୨୧ରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି ଯେ, ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ତେବେ, COVID-19 ମହାମାରୀ ହେତୁ ପୁରସ୍କାର କାର୍ଯ୍ୟକ୍ରମ ବିଳମ୍ବରେ କରାଯାଇଛି ।