Saturday, October 10, 2026
Home ଅପରାଧ ଜେଲ ଗଲା ଅଭିଯୁକ୍ତ ଗୋବିନ୍ଦ

ଜେଲ ଗଲା ଅଭିଯୁକ୍ତ ଗୋବିନ୍ଦ

5

୨୫/୧୦/୨୧ (ଜିଲ୍ଲା ଖବର) : ସରିଲା ରିମାଣ୍ଡ ଅବଧି ସରିଲା ପରେ ଜେଲ ଗଲା ଅଭିଯୁକ୍ତ ଗୋବିନ୍ଦ। ମମିତା ମେହେର ହତ୍ୟା ଘଟଣାରେ ଗୋବିନ୍ଦକୁ 4 ଦିନିଆ ରିମାଣ୍ଡରେ ନେଇଥିଲା ବଲାଙ୍ଗୀର ପୋଲିସ। ଏହି ସମୟରେ ଅଭିଯୁକ୍ତ ଗୋବିନ୍ଦ ଦ୍ବାରା ପୁରା ଘଟଣାର ସିନ ରିକ୍ରିଏସନ କରିଥିଲା ପୋଲିସ। ତେବେ ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ଭୋରରୁ  ତାକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା।  ଏହାପରେ ତାକୁ ଜେଲ୍‌କୁ ପଠାଇ ଦିଆଯାଇଛି।

ସୂଚନା ଅନୁସାରେ, ଗୋବିନ୍ଦକୁ ଗତ ରାତିରେ ରିଜର୍ଭ ପୋଲିସରେ ରଖାଯାଇଥିଲା। ଆଜି ଭୋର୍ ୪ଟା ବେଳେ ତାକୁ କୋର୍ଟକୁ ନିଆଯାଇଥିଲା। ଗୋବିନ୍ଦକୁ କୋର୍ଟ ହାଜର କରିବା ପୂର୍ବରୁ ଗେଟ୍ ଆଗରେ ଗଣମାଧ୍ୟମ ପ୍ରତିନିଧି ଜଗି ରହିଥିଲେ। ଗଣମାଧ୍ୟମକୁ ଆଢୁଆଳରେ ରଖି ଗୋବିନ୍ଦକୁ କୋର୍ଟରେ ହାଜର କରାଇଥିବା ନେଇ ପୋଲିସ୍‌ ଉପରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।