ହାତବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

12

କେନ୍ଦୁଝର, ୨୫/୧୦/୨୧ (ଜିଲ୍ଲା ଖବର) : ହାତବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁରର ବୁଢ଼ା ଖମଣ ସାହିରୁ ଜଣେ ଯୁବତୀଙ୍କର ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଘର ନିକଟସ୍ଥ ଏକ ଗଡ଼ିଆ ମଧ୍ୟରୁ ମୃତଦେହ ଉଦ୍ଧାର ହୋଇଛି।

ପାଖରେ ଥିବା ଏକ ଗଛମୂଳରୁ ଯୁବତୀଙ୍କର ଅନ୍ତଃବସ୍ତ୍ର ଓ ଚପଲ ମିଳିଛି । ଦୁଇଦିନ ତଳେ  ପରିବାର ଲୋକେ ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ । ରାତିରେ ଅନେକ ଖୋଜିବା ପରେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇ ନ ଥିଲେ।

 ତେବେ ରବିବାର ଘର ନିକଟରେ ଥିବା ଏକ ଗଡ଼ିଆରୁ ହାତବନ୍ଧା ଅବସ୍ଥାରେ  ଝିଅର ମୃତଦେହ ମିଳିଥିଲା । ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।