Wednesday, November 11, 2026
Home ଆଞ୍ଚଳିକ ରାଜଙ୍କ ପାଇଁ କରୱା ଚୌଥ ବ୍ରତ କଲେ ଶିଳ୍ପା

ରାଜଙ୍କ ପାଇଁ କରୱା ଚୌଥ ବ୍ରତ କଲେ ଶିଳ୍ପା

7

ନୂଆଦିଲ୍ଲୀ, ୨୫/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ପାଇଁ କରଓ୍ବା ଚୌଥ୍ ବ୍ରତ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଏନେଇ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଶାଶୁ ମା’ ଦେଇଥିବା ଉପହାର ନଜର ଆସୁଛି । ଏବଂ ସେ ସମସ୍ତଙ୍କୁ କହିଛନ୍ତି ଯେ, ଶାଶୁ ମା’ ଦେଇଥିବା ସରଗି । ସମସ୍ତଙ୍କୁ କରଓ୍ବା ଚୌଥର ଶୁଭକାମନା ।

ଏଥିରେ ଲାଲ୍ ରଙ୍ଗର ଆଉଟଫିଟରେ ସେ ଖୁବ୍ ସୁନ୍ଦର  ଦେଖା ଯାଉଛନ୍ତି । ଏହା ସହିତ ସେ ‘ସମସ୍ତଙ୍କୁ କରଓ୍ବା ଚୌଥର ଶୁଭାକାମନା ,ଉପବାସ କରିଥିବା ମହିଳା ଓ ଆପଣମାନଙ୍କ ସ୍ବାମୀ ସୁସ୍ଥ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ସେ କ୍ୟାପ୍ସନରେ ଲେଖିଛନ୍ତି ।

ଗତବର୍ଷ ମଧ୍ୟ ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ ରାଜ କୁନ୍ଦ୍ରାଙ୍କ ସହିତ କରଓ୍ବା ଚୌଥ୍ ବ୍ରତର ଭିଡିଓ ସେୟାର କରିଥିଲେ ଏବଂ କହିଥିଲେ ଯେ, ରାଜ୍ ମଧ୍ୟ ତାଙ୍କ ସହ ଏହି ବ୍ରତ କରନ୍ତି  ।