Wednesday, November 11, 2026
Home ଆଞ୍ଚଳିକ ବିଜ୍ଞାପନ ମାଧ୍ୟମରେ ଏହି ବାର୍ତ୍ତା ଦେଲେ ଶାହରୁଖ୍ ଖାନ୍

ବିଜ୍ଞାପନ ମାଧ୍ୟମରେ ଏହି ବାର୍ତ୍ତା ଦେଲେ ଶାହରୁଖ୍ ଖାନ୍

7

ନୂଆଦିଲ୍ଲୀ, ୨୫/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଶାହରୁଖ୍ ଖାନ୍ ଏବେ ବେଶ ଚିନ୍ତାରେ ଅଛନ୍ତି । ମୁମ୍ବାଇ କ୍ରୁଜ୍ ପାର୍ଟିରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ । ଏବେ ଯାଏ ତାଙ୍କୁ ଜାମିନ୍ ମିଳି ପାରି ନାହିଁ । ତେବେ ଆର୍ଯ୍ୟନଙ୍କୁ ନେଇ ଚିନ୍ତାରେ ତାଙ୍କର ସମ୍ପୂର୍ଣ୍ଣ ପରିବାର ।

ତେବେ ଏହାରି ମଧ୍ୟରେ ଶାହରୁଖ ଖାନଙ୍କ ଏକ ନୂଆ ବିଜ୍ଞାପନ ରିଲିଜ୍ ହୋଇଛି । ଯେଉଁଥିରେ ସେ ଲୋକାଲ ପାଇଁ ଭୋକାଲ ହେବାକୁ କହୁଛନ୍ତି । ଯାହା ଏବେ ବେଶ ଭାଇରାଲ ହେଉଛି । ଏହା ହେଉଛି ଏକ କ୍ୟାଡବରୀ ବିଜ୍ଞାପନ । ଯାହା ରିଲିଜ୍ ହେବା ପରେ ବେଶ ଚର୍ଚ୍ଚାରେ ରହିଛି । ତେବେ ଏହି ବିଜ୍ଞାପନର ଟ୍ୟାଗ ଲାଇନ୍ ହେଉଛି ‘ କେବଳ କ୍ୟାଡବରୀର ବିଜ୍ଞାପନ ନୁହେଁ ‘ । ସେ ତାଙ୍କର ଏହି ନୂଆ ବିଜ୍ଞାପନ ମାଧ୍ୟମରେ, ଏହି ମେସେଜ୍ ମଧ୍ୟ ଦେଉଛନ୍ତି ଯେ, ପ୍ରତି ଘରେ ଦୀପାବଳି ମିଠା ହେବା ଆବଶ୍ୟକ  ।  ଏଥିପାଇଁ ଦୀପାବଳିର ସପିଂ ଘର ପାଖ ଦୋକାନରୁ କରନ୍ତୁ । ଘର ପାଖ ଦୋକାନରୁ ଡ୍ରେସ, ଜୋତା ଏବଂ ଚଷମା  କିଣନ୍ତୁ ଏବଂ ଦୀପାବଳିରେ ମିଠା ଭରି ଦିଅ ବୋଲି ବାର୍ତ୍ତା ଦେଇଛନ୍ତି।