
ନୂଆଦିଲ୍ଲୀ,୨୫/୧୦/୨୧ (ଜିଲ୍ଲା ଖବର) : ତିନି ଦିନିଆ କାଶ୍ମୀର ଗସ୍ତରେ ଅମିତ ଶାହା। ବିଭିନ୍ନ ବିକାଶମୂଳକ କାମ ସହ ସୀମା ସୁରକ୍ଷା ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ। ଏଥି ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ମିଶି ଜମ୍ମୁ ଆଇଆଇଟିର ନୁଆ କ୍ୟାମ୍ପସକୁ କରିଛନ୍ତି ଉଦଘାଟନ। ସେହିପରି ଏହି ଗସ୍ତ କାଳରେ ସୀମାରେ ଶହିଦ ହୋଇଥିବା ବିଭିନ୍ନ ଯବାନ ମାନଙ୍କ ପରିବାରକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଭେଟିଛନ୍ତି।
ଏହି କ୍ରମରେ ରବିବାର ରାତିରେ ଗୃହମନ୍ତ୍ରୀ ଘାଟିର ସୀମାବର୍ତ୍ତି ଗାଁ ଗୁଡିକ ପରିଦର୍ଶନ କରିଛନ୍ତି। ଏହି ସମୟରେ ଲୋକ ମାନଙ୍କ ସହ ଆଲୋଚନା କରିଛନ୍ତି। ଦେଶର ରାଜଧାନୀରେ ବସବାସ କରୁଥିବା ଲୋକେ ଯେମିତି ସରକାରୀ ସୁବିଧାରୁ ସୁଯୋଗ ପାଉଛନ୍ତି, ସେମିତି ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ପାଖରେ ମଧ୍ୟ ସୁବିଧା ସୁଯୋଗ ପହଁଞ୍ଚାଇବା ମୋଦି ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


