Tuesday, October 13, 2026
Home ଆଞ୍ଚଳିକ 14 ଦାଦନ ଶ୍ରମିକ ଉଦ୍ଧାର କଲା ପୋଲିସ୍‌

14 ଦାଦନ ଶ୍ରମିକ ଉଦ୍ଧାର କଲା ପୋଲିସ୍‌

11

ବଲାଙ୍ଗିର, ୨୫/୧୦/୨୧ (ଜିଲ୍ଲା ଖବର) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକରେ ଦାଦନ ଶ୍ରମିକ ଚାଲାଣ । ପୋଲିସ ଦ୍ବାରା 14 ଦାଦନଶ୍ରମିକ ଉଦ୍ଧାର । ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ 7 ମହିଳା ଓ 2 ଶିଶୁ ଓ  5 ଜଣ ପୁରୁଷ ଥିବା ଜଣାପଡ଼ିଛି। ବେଲପଡା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବେହେରାମୁଣ୍ଡା ନିକଟରେ ଥିବା ଏକ ଜଙ୍ଗଲ ମଧ୍ୟରେ ବଲୋରୋ ଗାଡ଼ିକୁ ଜବତ କରି ଦାଦନ ଶ୍ରମିକଙ୍କୁ ଉଦ୍ଧାର

ଦାଦନ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ସମୟରେ ଦାଦନ ସର୍ଦାର  ଧର୍ମେନ୍ଦ୍ର ବାଗ ଶ୍ରମିକମାନଙ୍କୁ  40 ହଜାର ଟଙ୍କା ଅଗ୍ରୀମ  ଦେବା ପାଇଁ କହି ସେମାନଙ୍କୁ ଟଙ୍କା ନ ଦେଇ  ହାଇଦ୍ରାବାଦ ନେଉଥିବା ବେଳେ ପୋଲିସ ଖବର ପାଇ  ସେମାନଙ୍କୁ ଉଦ୍ଧାର କରିଥିଲେ ।

ଘଟଣାସ୍ଥଳରୁ ସର୍ଦାର ଓ ଶ୍ରମିକମାନଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରି  ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ  ନିଜ ଗାଁ ବଲାଙ୍ଗିର ଜିଲ୍ଲାର ଫାସଡ଼କୁ ପଠାଇ ଦେଇଥିବା ବେଳେଏକ ଗାଡିକୁ ଜବତ କରି ଦାଦନ ସର୍ଦାରକୁ ଗିରଫ କରି  ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି।