Sunday, November 15, 2026
Home ଆଞ୍ଚଳିକ ୧୮ମାସ ପରେ ଆଜିଠୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ

୧୮ମାସ ପରେ ଆଜିଠୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ

7

ବ୍ରହ୍ମପୁର,୨୫/୧୦/୨୧ (ଜିଲ୍ଲା ଖବର ) :  ଆଜିଠୁ ଛାତ୍ରଛାତ୍ରୀ କ୍ଲାସରୁମରେ ବସି ପାଠ ପଢ଼ିବେ। ଦୀର୍ଘ ୧୮ମାସ ପରେ ସୋମବାରରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ। ଦୀର୍ଘ ମାସ ପରେ ସ୍କୁଲ ଖୋଲୁଥିବାରୁ ପିଲାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି।

ଅନଲାଇନ ବଦଳରେ ଏବେ କ୍ଲାସରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ। ସକାଳ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ କ୍ଲାସ। କୋଭିଡ଼ ଗାଇଡ଼ଲାଇନକୁ ମାନି ପାଠ ପଢ଼ିବେ ଛାତ୍ରଛାତ୍ରୀ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗାଇଡ଼ଲାଇନ ପାଳନ କରାଯିବ।