
ରାୟଗଡା,୨୫/୧୦/୨୧ (ଜିଲ୍ଲା ଖବର) : ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ରାୟଗଡାରେ ରାସ୍ତା ରୋକ । ରାୟଗଡା ସହରର ତିନୋଟି ପ୍ରବେଶ ପଥରେ ଏହି ରାସ୍ତା ଅବରୋଧ ହୋଇଛି। ଫଳରେ ସମସ୍ତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।
ସହରର ସିରିଗୁଡା, ଖଲିଗୁଡା ଓ ମଝିଘରିଆଣୀ ମନ୍ଦିର ନିକଟରେ ଥିବା ସମସ୍ତ ତିନୋଟି ପ୍ରବେଶ ପଥରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ବସ୍ତି ବାସିନ୍ଦା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ମୁଖ୍ୟତଃ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ବିଜେପି କର୍ମୀ। ତେବେ ଘଟଣା ସ୍ଥଳରୁ ପ୍ରତିବାଦକାରୀଙ୍କୁ ଉଠାଇନେଇଛି ପୋଲିସ । ଯାହାକୁ ନେଇ ଥାନାରେ ବିଜେପି କର୍ମୀଙ୍କୁ ପକ୍ଷରୁ ବ୍ୟାପକ ନାରାବାଜି ଦେଖିବାକୁ ମିଳିଛି।



