
ବ୍ରହ୍ମପୁର,୨୫/୧୦/୨୧ (ଜିଲ୍ଲା ଖବର ) : ସରିଲା ରିମାଣ୍ଡ ଅବଧି, ଜେଲ ଯିବ ଗୋବିନ୍ଦ। ମମିତା ମେହେର ହତ୍ୟା ଘଟଣାରେ ଗୋବିନ୍ଦକୁ 4 ଦିନିଆ ରିମାଣ୍ଡରେ ନେଇଥିଲା ବଲାଙ୍ଗୀର ପୋଲିସ। ଏହି ସମୟରେ ଅଭିଯୁକ୍ତ ଗୋବିନ୍ଦ ଦ୍ବାରା ପୁରା ଘଟଣାର ସିନ ରିକ୍ରିଏସନ କରିଥିଲା ପୋଲିସ।
ଏଥି ସହିତ ୪ ଦିନ ମଧ୍ୟରେ ଗୋବିନ୍ଦ ଠାରୁ ପୋଲିସ ବହୁତ କିଛି ତଥ୍ୟ ହାସଲ କରିଛି। ତେବେ ଗୋବିନ୍ଦର ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ଅଦାଲତରେ ହାଜର କରିବ ପୋଲିସ।
ହାଜର ପରେ ବଲାଙ୍ଗୀର ପୋଲିସ ଆଉଥରେ ରିମାଣ୍ଡ ଆବେଦନ କରୁଛି ନା ଅଦାଲତ ଗୋବିନ୍ଦକୁ ଜେଲକୁ ପଠାଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ ଆଜି ଉତ୍ତରାଞ୍ଚଳ ଡିଆଇଜି ଏନେଇ ପ୍ରେସମିଟ କରିପାରନ୍ତି ବୋଲି ସୂଚନା ମିଳିଛି।



