
ବ୍ରହ୍ମପୁର,୨୫/୧୦/୨୧ (ଜିଲ୍ଲା ଖବର ) :ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର। ପୁରୀ ଶ୍ରୀମନ୍ଦିରରେ ମାସ ଯାକ ହବିଷ ଅନ୍ନ ଖାଇ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି। ପୁରାଣ ମତ ଅନୁଯାୟୀ କାର୍ତ୍ତିକ ମାସରେ ଅନେକ ଲୋକ ଆମିଷ ଛାଡିବା ସହିତ ନିରାମିଷ ଭକ୍ଷଣ ନ କରି ଏହି ବ୍ରତ ପାଳନ କରିଥାନ୍ତି।
ଏହି ମାସରେ ଘରେ ଘରେ ପୁରାଣ ପଢିବା ସହିତ ଧର୍ମ କାମ କଲେ ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ବାସ ରହିଛି। ସ୍ବାସ୍ଥ୍ୟ ସୁରକ୍ଷା ସାଙ୍ଗକୁ ପ୍ରଭୁକୃପା ପାଇବାକୁ ମାସକ ଯାକ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ଏବଂ ପରେ ପୂଜାର୍ଚ୍ଚନା କରିଥାଆନ୍ତି। ଯାହାକୁ ନେଇ ଆଜିଠୁ ପୁରୀ ଶ୍ରୀମନ୍ଦିରରେ ମଧ୍ୟ କାର୍ତ୍ତିକ ନୀତି ଅନୁଷ୍ଠିତ ହେଉଛି।
କୋରୋନା କଟକଣା ଯୋଗୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ସମୟରେ ଶ୍ରୀଜିଉ ମାନେ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ଜଣାପଡିଛି।


