
୨୫/୧୦/୨୧ (ଜିଲ୍ଲା ଖବର) : ଆଜି ଉତ୍ତର ପ୍ରଦେଶକୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟର ୯ଟି ମେଡିକାଲ କଲେଜର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏହାସହ ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ବଳ ଦେବାକୁ ବାରାଣାସୀରୁ ପ୍ରଧାନମନ୍ତ୍ରୀ ଆତ୍ନନିର୍ଭର ସ୍ଵସ୍ଥ ଭାରତ ଯୋଜନାର ଶୁଭାରମ୍ଭ କରିବେ । ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଉପସ୍ଥିତ ରହିବେ।
ପିଏମଓର ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ଵସ୍ଥ ଭାରତ ଯୋଜନା ସାରା ଦେଶରେ ସ୍ଵାସ୍ଥ୍ୟ ବ୍ୟବସ୍ଥାର ଭିତ୍ତିଭୂମିକୁ ସୁଦୃଢ କରିବାକୁ ଯାଉଥିବା ଦେଶବ୍ୟାପୀ ସବୁଠାରୁ ବଡ ଯୋଜନା ଏବଂ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନର ଅତିରିକ୍ତ ହେବ। ଏହି ଯୋଜନାର ଉଦ୍ଦେଶ୍ୟ ସହର ଏବଂ ଗ୍ରାମୀଣ ଅଞ୍ଚଳରେ ପ୍ରାଥମିକ ଏବଂ ଗୁରୁତର ସ୍ଵାସ୍ଥ୍ୟ ପରିସ୍ଥିତିରେ ସୁବିଧା ସୁଯୋଗରେ ମଧ୍ୟରେ ଥିବା ଗ୍ୟାପକୁ ପୂରଣ କରିବା।
ଏହି ଯୋଜନାରେ ଅଧିକ ଆବଶ୍ୟକ ଥିବା 10 ରାଜ୍ୟରେ 17 ହଜାର 788 ଗ୍ରାମୀଣ ଏବଂ ସହରର ସ୍ବାସ୍ଥ୍ୟ କେନ୍ଦ୍ରକୁ ସହଯୋଗ କରାଯିବ । ଏହାସହ ସବୁ ରାଜ୍ୟରେ 11 ହଜାର 24ଟି ସହରରେ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ବାରାଣାସୀ ପାଇଁ 5 ହଜାର 2 ଶହ କୋଟି ଟଙ୍କାରୁ ଅଧିକ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ ।


