Tuesday, October 20, 2026
Home ଆଞ୍ଚଳିକ ଆସିକା ଏନଏସି ଓ ବିଭିନ୍ନ ପଚାଂୟତ ଠାରେ ୫ଟି କାର୍ଯ୍ୟକ୍ରମ ଉପରେ ସଚେତନତା

ଆସିକା ଏନଏସି ଓ ବିଭିନ୍ନ ପଚାଂୟତ ଠାରେ ୫ଟି କାର୍ଯ୍ୟକ୍ରମ ଉପରେ ସଚେତନତା

36

ଆସିକା,୨୧/୧୧(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଏନଏସି ଓ ବିଭିନ୍ନ ପଚାଂୟତ ଠାରେ ୫ଟି କାର୍ଯ୍ୟକ୍ରମ ଉପରେ ସଚେତନତା ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ.ଦିପକ କୁମାର ସାମନ୍ତରାଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିର୍ଭୟ କଢି ଦିବସ, ମୋ ଗେହ୍ଲା ଝିଅ, ନ୍ୟୁ ବରନ୍ କେୟାର ସପ୍ତାହ, ମୋ ହସପିଟାଲ ମୋ ଗର୍ବ, ମୋ ସଚେତନତା ପ୍ରମୁଖ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ପୁଅ ଓ ଝିଅ ମଧ୍ୟରେ ପାତର ଅନ୍ତର ନ ରଖି ପ୍ରତ୍ୟେକ ପରିବାର ଯେମିତ ଏକ ଗେହ୍ଲା ଝିଅକୁ ଜନ୍ମ ଦେଇ ସୁସ୍ଥ ସମାଜ ଗଠନ କରିବା ନେଇ ତାହା ଉପରେ ଆଲୋଚନା କରାଯାଇଥିଲା । ଏହି ସହିତ ନୂତନ ଭାବେ ଜନ୍ମ ଗ୍ରହଣ କରିଥିବା କନ୍ୟା ସନ୍ତାନ ଏବଂ ମା ମାନଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା କରାଯାଇଥିଲା । କନ୍ୟା ଭୃଣ ଯୋଗୁଁ ପ୍ରତି ସମାଜରେ ବିପଦ ସଂକେତ ସୃଷ୍ଟି ହେଉଛି । ଯାହାକୁ ନେଇ ପ୍ରତ୍ୟେକ ପିତାମାତା ସଚେତନତାର ଆବଶ୍ୟକତା ରହିଥିବା ନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ କେକ କଟାଯିବା ସହ ଆଗମୀ ଭବିଷ୍ୟତରେ କିପରି କନ୍ୟା ଶିଶୁ ପ୍ରତି ସଚେତନତା କରାଯାଇପାରିବ ସେନେଇ ଶପଥ ପାଠ କରାଯାଇଥିଲା । ଏହି ସହିତ ଆସିକା ବ୍ଲକର ବିଭିନ୍ନ ପଚାଂୟତରେ ମଧ୍ୟ ୫ଟି କାର୍ଯ୍ୟକ୍ରମ ଉପରେ ସଚେତନତା କରାଯାଇଥିଲା । ବ୍ଲକର ବାଲିସିରା, ଭେଟନଇ, ଆଲିପୁର,ଭାଲିଆପଲ୍ଲୀ, ହରିଡାପଦର, ଆସିକା ଏନଏସିର ଶାସ୍ତ୍ରୀନଗର ପ୍ରମୁଖ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ, ଆସିକା ଉପଖଣ୍ଡ ଚିକିତ୍ସଳୟ ଭାରପ୍ରାପ୍ତ ଡାକ୍ତର ଦିପକ ସାମନ୍ତରରା,ଫାର୍ମାସିଷ୍ଟ କୁଞ୍ଜବିହାରୀ ପାଢୀ,ପି.କେଦାର ପାତ୍ର ସାଙ୍ଗକୁ ପ୍ରଭାତୀ ବେହେରା,ଜଗନ୍ନାଥ ମିଶ୍ର, ଗାୟତ୍ରୀ ଜେନା, ଶସ୍ମିତା ପାଣି, ବିଡିଏମ ସରୋଜ କୁମାର ପାଢୀ, ମିତାଲି ମହାନ୍ତି, ସଙ୍ଗୀତା ଚୈାଧୁରୀ, ସୈାରୀ ଭୋଇ, ସ୍ନେହଲତା ଦାଶ, ସୋମନାଥ ବରଡ, ରାଜେନ୍ଦ୍ର ପାତ୍ର, ନିଳମାଧବ ତ୍ରିିପାଠୀ, ରବି ନାୟକ, ଅମିତ ଦାଶ, ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ସହିତ ସିଡିପିଓ ଭାରତୀ ମହାପାତ୍ର,ସୁପର ଭାଇଜର,ଅଙ୍ଗନୱାଡି,ଆଶା, ସ୍କୁଲ ଛାତ୍ରୀ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ ।