ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୁଦ୍ଧରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

9

୨୫/୧୦/୨୧ (ଜିଲ୍ଲା ଖବର) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଜାତିଭିତିକ ସଂରକ୍ଷଣକୁ ନେଇ ଚିଠା ତାଲିକା ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ପାଇଁ ପ୍ରସ୍ତୁତ ଏହି ଚିଠା ତାଲିକାରେ ବ୍ୟାପକ ଅସଙ୍ଗତି ଥିବାବେଳେ ଏହାକୁ ଦୂର କରିବା ଦାବିରେ ପଛୁଆବର୍ଗ ଜାତି ସମୁହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି ।

 ଜିଲ୍ଲାର ୧୩ଟି ବ୍ଲକର ୩୬ ଗୋଟି ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଜଣେ ବି ପଛୁଆ ବର୍ଗଙ୍କୁ ସାମିଲ ନକରିବା  ଘଟଣାକୁ ନିନ୍ଦା କରିଛି ପଛୁଆବର୍ଗ ।  ସେହିପରି ଗତ ୨୦୧୧ ଜନଗଣନାର ଦଶବର୍ଷ ପରେ ୨୦୨୧ ସୁଦ୍ଧା ଉଭୟ ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ।

 ତେବେ ଏହି ତାଲିକା ସଂଶୋଧନ ନ କରିବାରୁ ଆଜି ସକାଳ ୬ଟା ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କଳାହାଣ୍ଡି ସଂମ୍ପୁର୍ଣ୍ଣ ବନ୍ଦ କରାଯାଇଛି । ଏହି ବନ୍ଦରେ ଜରୁରୀକାଳୀନ ସେବାକୁ ଛାଡି ଗାଡ଼ିମଟର ସରକାରୀ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିବ । ତେବେ କଳାହାଣ୍ଡି ବଣିକ ସଂଘ ସମସ୍ତ ଦୋକାନ ବଜାର ଖୋଲା ରଖି, ବନ୍ଦକୁ ସମର୍ଥନ ଜଣାଇଛି ।