Wednesday, October 14, 2026
Home ଅପରାଧ ଆଜି ପୁଣି ତୃତୀୟ ଥର ପାଇଁ ଜେରା ହେବେ ଅନନ୍ୟା ପାଣ୍ଡେ

ଆଜି ପୁଣି ତୃତୀୟ ଥର ପାଇଁ ଜେରା ହେବେ ଅନନ୍ୟା ପାଣ୍ଡେ

9

ମୁମ୍ବାଇ,୨୫/୧୦/୨୧ (ଜିଲ୍ଲା ଖବର) : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ତୃତୀୟ ଥର ପାଇଁ ଜେରା ହେବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଏହି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ୍ ଖାନ ଏବଂ ଅନନ୍ୟାଙ୍କ ମଧ୍ୟରେ କିଛି ହ୍ୱାଟସ୍ ଆପ୍ ଚାଟ୍ ଏନସିବିକୁ ମିଳିଛି, ଯାହା ଆଧାରରେ ଅଭିନେତ୍ରୀଙ୍କୁ ଡକାଯାଇଛି।

 ଶୁକ୍ରବାର ଦିନ ସେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ଚାରି ଘଣ୍ଟା ପଚରାଉଚରା କରାଯାଇଥିଲା। ଏହାପୂର୍ବରୁ ଗୁରୁବାର ଦିନ ଅନନ୍ୟାଙ୍କୁ ଦୁଇ ଘଣ୍ଟା ପଚରାଉଚରା କରାଯାଇଥିଲା। ସୋମବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡକାଯାଇଛି।  

ବୁଧବାର ଦିନ, ଏନସିବି ମୁମ୍ବାଇର ବାନ୍ଦ୍ରାସ୍ଥିତ ଅନନ୍ୟାଙ୍କ ଘରେ ଚଢଉ କରି ତାଙ୍କ ବୟାନ ରେକର୍ଡ କରିବା ପାଇଁ ହାଜର ହେବାକୁ ସମନ କରିଥିଲା। ଏହି ଚଢଉରେ ଏନସିବି ଅଧିକାରୀମାନେ ତାଙ୍କ ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଜବତ କରିଥିବା ଜଣାପଡ଼ିଛି।