
କନ୍ଧମାଳ,୨୫/୧୦(ଜିଲ୍ଲା ଖବର):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ଗ୍ରାମ ନିକଟ ନାଣ୍ଡାବାଲି ଡ୍ୟାମ ଭିତରୁ ରବିବାର ଅପରାହ୍ନ ପ୍ରାୟ 4.30 ସମୟରେ ଏକ ଶବକୁ ଦାରିଙ୍ଗବାଡି ଥାନା ପୁଲିସ ଉଦ୍ଧାର କରିଛି l ମୃତ ବ୍ୟକ୍ତି ଜଣକ ହେଲେ କ,ନୂଆଗାଁ ବ୍ଲକ ମହାସିଂଙ୍ଗ ଗ୍ରାମର ବିରୁପାକ୍ଷ ଦଳପତି, ତାଙ୍କର ବୟସ 40 ବର୍ଷ l ପୁଲିସ ଓ ଅଗ୍ନିଶମ ବିଭାଗ ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ଥାନା ଅଧିକାରୀ କୌଶିକ ମାଝୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ସୂଚନା ପ୍ରକାରେ ମୃତ ବିରୂପାକ୍ଷ ସିମନବାଡି ଅଞ୍ଚଳରେ କାମ କରିବାକୁ ଆସିଥିଲେ l ଶନିବାର ଦିନ କାମ କରିବା ପରେ ଗାଧୋଇବା ପାଇଁ ତାଙ୍କ ସହିତ କାମ କରୁଥିବା ଅନ୍ୟ 2 ଜଣଙ୍କ ସହିତ ନାଣ୍ଡାବାଲି ଡ୍ୟାମକୁ ଯାଇଥିଲେ ସେହି ସମୟରେ ସେ ଶୌଚ ହେବା ପାଇଁ କହି ଯାଇଥିଲେ କିନ୍ତୁ ବହୁତ ସମୟ ଧରି ସେ ଫେରି ନଥିଲେ ଏହା ପରେ ଗାଧୋଇବା ପାଇଁ ଯାଇଥିବା ଅନ୍ୟ 2 ଜଣ ବହୁତ ଖୋଜା ଖୋଜି କରିଥିଲେ ସୁଦ୍ଧା ବିରୂପାକ୍ଷଙ୍କ ସନ୍ଧାନ ପାଇନଥିଲେ l ଏହା ପରେ ରବିବାର ଦିନ ଡ୍ୟାମ ଭିତରେ ଏକ ଶବ ଥିବା ନେଇ ଘଟଣା ପ୍ରଘଟ ହେବା ପରେ ଏନେଇ ଦାରିଙ୍ଗବାଡି ଥାନା ଅଧିକାରୀ ଙ୍କୁ ସୂଚନା ଦେବା ପରେ ଥାନା ଅଧିକାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ଦେଇଛନ୍ତି l
ରିପୋର୍ଟ ; ସୁକାନ୍ତ କୁମାର ତ୍ରିପାଠୀ






