Wednesday, November 11, 2026
Home ଆଞ୍ଚଳିକ ଦେଶରେ ଚିହ୍ନଟ ହେଲେ ୧୫,୯୦୬ କରୋନା ଆକ୍ରାନ୍ତ, ମୃତ ୫୬୧

ଦେଶରେ ଚିହ୍ନଟ ହେଲେ ୧୫,୯୦୬ କରୋନା ଆକ୍ରାନ୍ତ, ମୃତ ୫୬୧

9

ନୂଆଦିଲ୍ଲୀ, ୨୪/୧୦/୨୧ (ଜିଲ୍ଲା ଖବର ) : ଦେଶରେ ଚିହ୍ନଟ ହେଲେ ୧୫,୯୦୬ କରୋନା ଆକ୍ରାନ୍ତ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୯୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏଥିସହିତ  ୫୬୧ ମୃତ୍ୟୁ ରେକର୍ଡ କରାଯାଇଛି।

ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୧,୭୫,୪୬୮ରେ ପହଞ୍ଚିଛି। ସେହିପରି ୫୬୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୫୪,୨୬୯ରେ ପହଞ୍ଚିଛି।  ବର୍ତ୍ତମାନ ସମୁଦାୟ ଦେଶରେ ସୁସ୍ଥତା ସଂଖ୍ୟା ହେଉଛି ୩,୩୫,୪୮,୬୦୫।