
୨୪/୧୦/୨୧ (ଜିଲ୍ଲା ଖବର ) : ଆଜି ଅକ୍ଟୋବର 24 ବିଶ୍ବ ପୋଲିଓ ଦିବସ। ପ୍ରତିବର୍ଷ ପୋଲିଓ ଭ୍ୟାକସିନ ତିଆରି କରିଥିବା ଜନ ସାଲ୍କଙ୍କ ଜନ୍ମଦିନ ଅବସରରେ ବିଶ୍ବ ପୋଲିଓ ଦିବସ ପାଳନ କରାଯାଉଛି । ପୋଲିଓ ମୁକ୍ତ ପାଇଁ ୧୯୮୮ରେ ଗ୍ଲୋବାଲ ପୋଲିଓ ଏରାଡିକସନ ଇନିସିଏଟିଭ ବା ଜିପିଇଆଇ ଗଠନ କରାଯାଇଥିଲା। ଡବ୍ଲ୍ୟଏଚଓ, ୟୁନିସେଫ୍ ଭଳି ବିଭିନ୍ନ ଦେଶର ସରକାର ସାମିଲ ହୋଇ ପୋଲିଓ ମୁକ୍ତ ବିଶ୍ବ ପାଇଁଅଭିଯାନ ଆରମ୍ଭ କରିଥିଲେ।
ଭାରତରେ ପୋଲିଓ ପ୍ରତିକାର ପାଇଁ ବିଭିନ୍ନ ସଚେତନେତା କାର୍ଯ୍ୟକମ କରାଯାଉଛି । ସବୁ ପିଲାଙ୍କୁ ପୋଲିଓ ବୁନ୍ଦା ଓ ଟିକା ଦେବାପାଇଁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ଏବେ ବର୍ତ୍ତମାନ ପୋଲିଓ ମୁକ୍ତ ରାଷ୍ଟ୍ର ଭାବେ ଭାରତ ବିଶ୍ବର ପରିଗଣିତ ହୋଇଛି ।


