Thursday, November 12, 2026
Home ଆଞ୍ଚଳିକ ଗଲା ମୌସୁମି, ଆସିଲା ଶୀତ

ଗଲା ମୌସୁମି, ଆସିଲା ଶୀତ

8

ଭୁବନେଶ୍ୱର, ୨୪/୧୦/୨୧ (ଜିଲ୍ଲା ଖବର ) :  ରାତ୍ରିର ତାପମାତ୍ରା କମୁଥିବା ବେଳେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସାମାନ୍ୟ ଶୀତ ଅନୁଭୂତ ହେଲାଣି। ବିଶେଷ କରି ଫୁଲବାଣୀ, କନ୍ଧମାଳ ଭଳି ଅଞ୍ଚଳରେ ତାପମାତ୍ରା 5ଡିଗ୍ରୀ ଖସି ଆସିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 15ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡିରେ ତାପମାତ୍ରା 16 ଡିଗ୍ରୀ ସେଲସିୟସ ରେର୍କଡ କରାଯାଇଛି। ଫଳରେ ଶୁକ୍ରବାର ରାତିରୁ ସ୍ଥାନୀୟ ଅଞ୍ଚଳରେ ଶୀତ ପ୍ରଭାବ ଦେଖିବାକୁ ମିଳିଛି।

ଆଗକୁ ଆହୁରି ତାପମାତ୍ରା କମିବା ସହିତ ପୁରା ରାଜ୍ୟରେ ଶୀତର ଲହର ଅନୁଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଗାକ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ବଙ୍ଗୋପସାଗରରେ ଲଗାତାର ଲଘୁଚାପ, ଘୂର୍ଣ୍ଣିବଳୟ ଯୋଗୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଳମ୍ବ ହେଉଥିଲା। କିନ୍ତୁ ଶନିବାର ପୁରା ରାଜ୍ୟର ମୌସୁମୀ ପ୍ରତ୍ୟାବର୍ତ୍ତନ କରି ସାରିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।