Home Uncategorized ରାଜ୍ୟରେ ୪୪୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୪୪୭ କରୋନା ଆକ୍ରାନ୍ତ ଚିହ୍ନଟ

4

 ଭୁବନେଶ୍ୱର,୨୪/୧୦/୨୧ (ଜିଲ୍ଲା ଖବର ) : ରାଜ୍ୟରେ ଆଜି ୪୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।   ଗତ ୨୪ ଘଣ୍ଟା ମଧ୍ୟରେ ୪୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୮୪୧୧ରେ ପହଞ୍ଚିଛି । 

ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୦ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୮୭ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୮ ଜଣ ପଜିଟିଭ ରହିଛନ୍ତି ।

ଆଜି ଖୋର୍ଦ୍ଧାରୁ ୧୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଅନୁଗୁଳରୁ ୩, ବାଲେଶ୍ୱରରୁ ୧୩, କଟକରୁ ୬୨, ଜଗତସିଂହପୁରରୁ ୧୨, ଯାଜପୁରରୁ ୧୧, କେନ୍ଦ୍ରାପଡାରୁ ୮, ମୟୂରଭଞ୍ଜରୁ ୧୭, ପୁରୀରୁ ୮, ରାୟଗଡାରୁ ୩୧, ସମ୍ବଲପୁରରୁ ୨୪ ଓ ଷ୍ଟେଟପୁଲରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୩୮,୪୧୧କୁ ବୃଦ୍ଧି ପାଇଛି । ସେମାନଙ୍କୁ ଭିତରୁ ୧୦,୨୫,୫୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଥିବାବେଳେ ଏବେ ବି ୪୫୪୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।