Tuesday, October 13, 2026
Home ଅପରାଧ ବିନ୍ଦୁ ସାଗରରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବିନ୍ଦୁ ସାଗରରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର

23

ଭୁବନେଶ୍ବର, ୨୪/୧୦/୨୧ (ଜିଲ୍ଲା ଖବର ) : ଭୁବନେଶ୍ବର ବିନ୍ଦୁ ସାଗରରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତକ ସାମନ୍ତାରାପୁରର ସାଇଶ୍ରୀ ଜ୍ୟୋତି ପ୍ରକାଶ । ବିନ୍ଦୁ ସାଗର ନିକଟରୁ ଚପଲ ଓ ସ୍କୁଟି ଜବତ କରିଛି ଲିଙ୍ଗରାଜ ଥାନା ପୋଲିସ । ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନିଆଯାଇଛି । ଗତକାଲି ସଂଧ୍ୟାରେ ଟ୍ୟୁସନ ଯାଇଥିଲେ ସାଇଶ୍ରୀ । ତାପରେ ଆଉ ଘରକୁ ଫେରି ନଥିଲେ । ରାତି ପ୍ରାୟ 9ଟା 45ରେ ମାଆଙ୍କୁ କଲ୍ କରିଥିଲେ ।

ତେବେ ଇନଷ୍ଟାଗ୍ରାମ ପେଜରେ ସେ ଏକ ସୁଇସାଇଟ୍ ନୋଟ୍ ଲେଖିଥିବା ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ସାଇଶ୍ରୀଙ୍କ ମୋବାଇଲ ମିଳିପାରିନାହିଁ । ପାରିବାରିକ କଳହ ଏବଂ କ୍ୟାରିୟରକୁ ନେଇ ସାଇଶ୍ରୀ ଚିନ୍ତାରେ ଥିବା ସଂପର୍କୀୟ କହିଛନ୍ତି । ଗତକାଲି ରାତିଠୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର ଜାରି ରହିଥିଲା ।