
ନୂଆଦିଲ୍ଲୀ,୨୪/୧୦/୨୧ (ଜିଲ୍ଲା ଖବର ) : ଟି-20 ଓ୍ବାର୍ଲ୍ଡକପର ଚଳିତ ସଂସ୍କରଣରେ ଆଜି ପଡିଆରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦି ଭାରତ-ପାକିସ୍ତାନ। ୫ ବର୍ଷର ବ୍ୟବଧାନ ପରେ ପୁଣିଥରେ 2ଦେଶ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର। ଆଜି ସଂଧ୍ୟା 7.30 ସମୟରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ପାକିସ୍ତାନକୁ ଭେଟିବାକୁ ବିରାଟ ବାହିନୀ ପ୍ରସ୍ତୁତି ଚଳାଇଥିବା ବେଳେ ଏବେ ଦୁଇ ଦେଶର ଖେଳାଳୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ଟି-20 ଫର୍ମାଟରେ ଅଧିନାୟକ ହିସାବରେ ଚଳିତ ବିଶ୍ବପକ ବିରାଟ କୋହଲିଙ୍କ ଶେଷ ବିଶ୍ବକପ ହେବ।
ସେହିପରି ଚଳିତ ବିଶ୍ବକପ ପରେ ଦଳର ମୁଖ୍ୟ କୋଚ ରବିଶାସ୍ତ୍ରୀ କାର୍ଯ୍ୟକାଳ ମଧ୍ୟ ଶେଷହେବ। ଯାହାକୁ ନେଇ ଏହି ଦୁଇ ଯୋଡି ପାକିସ୍ଥାନକୁ ହରାଇବାର ସୁଯୋଗ ହାତଛଡା କରିବେ ନାହିଁ । ତେବେ ପୂର୍ବ ରେର୍କଡକୁ ଦେଖିଲେ ଭାରତର ପଲା ଭାରି ରହି ଆସିଛି। ଆଜି ଯାଏ କୌଣସି ବି ବିଶ୍ବକପରେ ପାକିସ୍ତାନ ଭାରତ ଠାରୁ ଜିତି ପାରିନାହଁ। ଦିନିକିଆ ଏବଂ ଟି-20 ବିଶ୍ବକପରେ ଭାରତ ଆଜି ପର୍ଯ୍ୟନ୍ତ ମୋଟ 12ଟି ଯାକ ମ୍ୟାଚରେ ପାକିସ୍ତାନକୁ ହରାଇବାର ରେର୍କଡ ରହିଛି। ଶେଷଥର ଲାଗି ଭାରତ ପାକିସ୍ତାନକୁ 2019 ଦିନିକିଆ ବିଶ୍ବକପରେ ଭେଟିଥିବା ବେଳେ ଆଜି ପୁଣିଥରେ ଭେଟ ହେବାକୁ ଯାଉଛି।



