ଆଜି ସରିବ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି

4

କଳାହାଣ୍ଡି,୨୪/୧୦/୨୧ (ଜିଲ୍ଲା ଖବର ) : କଳାହାଣ୍ଡି ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣା। ଆଜି ସରିବ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି। ଜେରା ସରିବା ପରେ ଜେଲ ଯିବ ଗୋବିନ୍ଦ। କୋର୍ଟରେ ହାଜର କରିବା ପୂର୍ବରୁ ପୂର୍ବ ରାତିରେ ଗୋବିନ୍ଦର ମେଡିକାଲ ଟେଷ୍ଟ କରାଯାଇଛି। ଗୋବିନ୍ଦର ମେଡିକାଲ ଟେଷ୍ଟ କରିବା ପାଇଁ ବଲାଙ୍ଗୀର SPଙ୍କ କାର୍ଯ୍ୟାଳୟରୁ ଗୋବିନ୍ଦକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ନିଆଯାଇଥିଲା।

 ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଗୋବିନ୍ଦ ଏବଂ ଅନ୍ୟମାନଙ୍କୁ ସାମ୍ନାସାମ୍ନି ଜେରା କରି କିଛି ତଥ୍ୟ ହାସଲ କରିଛି। ଆଜି ଗୋବିନ୍ଦ ରିମାଣ୍ଡ ଶେଷ ଦିନ ହୋଇଥିବା ବେଳେ ପୋଲିସ ଶେଷ ଦିନରେ ଗୋବୀନ୍ଦଠୁ ଆହୁରି କଣ ତଥ୍ୟ ଆଦାୟ କରିବ ତା ଉପରେ ନଜର ରହିଛି। ଗୋବିନ୍ଦ ଜେଲ ଯିବ ନା ପୁଣିଥରେ ପୋଲିସ ତାକୁ ଆଉଥରେ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ସେନେଇ ଅପେକ୍ଷା ରହିଛି।