

ଆସିକା,୨୧/୧୧(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ବ୍ଲକ ଅଧିନ ଖଣ୍ଡଦେଉଳି ପଚାଂୟତ କର୍ଣ୍ଣୋଳି ଘଟ୍ରାଂ ପଡିଆ ଠାରେ ପବିତ୍ର ମାର୍ଗଶିର ମାସ ଅବସରରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ କାର୍ଯ୍ୟରତ ରାମେଶ୍ୱର ଶ୍ରମିକ ସଂଘ ଓ ଖଣ୍ଡଦେଉଳି ପଚାଂୟତ ବାସୀଙ୍କ ମିଳିତ ଉଦ୍ୟମରେ ପ୍ରଥମ କରି ଏକ ବିରାଟ ବିରଳ ଅଷ୍ଟ ଲକ୍ଷ୍ମି ପୂଜା ମହାସମାରୋହରେ ଅନୁଷ୍ଟିତ ହେବା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଯୁବ ବ୍ୟବସାୟୀ ସତ୍ୟନାରାୟଣ ସ୍ୱାଇଁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର ଆଇନ ପରାମର୍ଶଦାତା ବୁଲୁ ପାଣିଗ୍ରାହି, ବିଶିଷ୍ଟ ଯୁବ ବ୍ୟବସାୟ ଧବଳେଶ୍ୱର ପାତ୍ର, ବୁଲୁ ବିଷୋୟୀ, ରାମେଶ୍ୱର ଶ୍ରମିକ ସଂଘ ସଭାପତି ଜିତୁ ବିଷୋୟୀ,ଏମପି ପ୍ରତିନିଧି ରଞ୍ଜନ ବିଷୋୟୀ, ଶଙ୍କର ବିଷୋୟୀ, ଖଣ୍ଡଦେଉଳି ଗ୍ରାମ ସଭାପତି ନାରାୟଣ ସ୍ୱାଇଁ, କର୍ଣ୍ଣୋଳୀ ଅଶ୍ୱିନୀ ବିଷୋୟୀ, ବୁଲୁ ସ୍ୱାଇଁ, ଅଶୋକ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଏହି ବିରଳ ଅଷ୍ଟ ଲକ୍ଷ୍ମି ପୂଜା ଅନୁଷ୍ଟିତ ହେବ । ଆସନ୍ତା ମାର୍ଗଶୀର ଚୁତୁର୍ଥ ପାଳି ଗୁରୁବର ୪.୧୨.୨୦୧୯ ଠାରୁ ଆରମ୍ଭ ହୋଇ ଏହା ଆସନ୍ତା ୧୩.୧୨.୨୦୧୯ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ଅନୁଷ୍ଟିତ ହେବ । ଅଷ୍ଟମ ଲକ୍ଷ୍ମି ପୂଜା ସହ ଘୃତ ଯଜ୍ଞ, ଅଷ୍ଟ ପ୍ରହରୀ ନାମ ଯଜ୍ଞ, ପ୍ରତ୍ୟେକ ଦିନ ଅନ୍ନ ଯଜ୍ଞ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଘଟ୍ରାଂ ପଡିଆ ଠାରେ ସତ୍ୟନାରାୟଣ ସ୍ୱାଇଁଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଅଷ୍ଟ ଲକ୍ଷ୍ମୀ ଯଜ୍ଞ କମିଟି ନାମକରଣ କରାଯାଇଥିଲା । ଏହି ଯଜ୍ଞ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା । କମିଟି ସଭାପତି ଭାବେ ଜିତେନ୍ଦ୍ର ବିଷୋୟୀ, କାର୍ଯ୍ୟକାରୀ ସଭାପତି ଭାବେ ନାରାୟଣ ସ୍ୱାଇଁ, ସମ୍ପାଦକ ଭାବେ ପ୍ରଣବ ବିଷୋୟୀ, କୋଷାଧ୍ୟକ୍ଷ ରୁପେ ଅଶୋକ କୁମାର ପଣ୍ଡା, ଉପଦେଷ୍ଟା ଭାବେ ସତ୍ୟନାରାୟଣ ସ୍ୱାଇଁ , ଧବଳ ପାତ୍ର, ବୁଲୁ ପାଣିଗ୍ରାହି,ରଞ୍ଜନ ବିଷୋୟୀ, ନିଳାମ୍ବର ସ୍ୱାଇଁ । ଏକ ପାଚଂ ଜଣିଆ କାର୍ଯ୍ୟକାରୀ କମିଟି, ଶୃଙ୍ଖଳା କମିଟି,ଅଷ୍ଟ ଲକ୍ଷ୍ମୀ ପୂଜା କମିଟି,ଘୃତ ଯଜ୍ଞ ପୂଜା କମିଟି, ନାମଯଜ୍ଞ କମିଟି, ଅନ୍ନଯଜ୍ଞ କମିଟି ସାଙ୍ଗକୁ ଏକ ସାଂସ୍କୃତିକ ପରିଚାଳନା କମିଟି, ଅଭ୍ୟର୍ଥନା କମିଟି ଗଠନ କରାଯାଇଥିଲା । ଋଷୀକୁଲ୍ୟା ସଂଙ୍ଗମ ସ୍ଥଳରୁ ଏହି ଯଜ୍ଞ ଉପଲକ୍ଷେ ଏକ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ଯଜ୍ଞ ପାଇଁ ଖଣ୍ଡଦେଉଳି ପଚାଂୟତ ସାଙ୍ଗକୁ ନଳବଟାଂ, କାଳଷଣ୍ଡପୁର, ଦାମୋଦରପଲ୍ଲି, ମହୁପଦର ପଚାଂୟତ, ପିତଳ ଓ ଆସିକା ସହର ବାସୀ ସହ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଓ ରାମେଶ୍ୱରୀ ଶ୍ରମିକ ସଂଘ ପ୍ରମୁଖ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା ।



